Below header

ରାଜ କପୁରଙ୍କ ହୋଲି ପାର୍ଟିରେ ଅମିତାଭ ଗାଇଥିଲେ ଏହି ଗୀତ, ଯାହାକୁ ଶୁଣି ସମସ୍ତେ ହୋଇଯାଇଥିଲେ ଅବାକ୍‌

ଆର୍‌ କେ ଷ୍ଟୁଡ଼ିଓରେ ଅନୁଷ୍ଠିତ ହେଉଥିବା ହୋଲିରେ କପୁର ପରିବାର ଛଡ଼ା ବଡ଼ ବଡ଼ ଫିଲ୍ମ କଳାକାର ଆସିଥାନ୍ତି । ଏହି ପାର୍ଟିରେ ଥରେ ଅମିତାଭ ବଚ୍ଚନ ଯୋଗଦେଇ ଧମାଲ କରିଥିଲେ ।
ମୁମ୍ବାଇ : ବଲିଉଡ୍‌ରେ ହୋଲି ଉତ୍ସବ ଆର୍‌କେ ଷ୍ଟୁଡ଼ିଓ ସହ ଜଡ଼ିତ । ବର୍ତ୍ତମାନ ଯଦିଓ ଆର୍‌କେ ଷ୍ଟୁଡ଼ିଓ ନାହିଁ ତେବେ ଏଥିସହ ଜଡ଼ିତ ସ୍ମୃତି ବଲିଉଡ଼୍‍ ଇତିହାସରେ ଏକ ଅଧ୍ୟାୟ ହୋଇ ରହିଛି । ଆର୍‌କେ ଷ୍ଟୁଡ଼ିଓ ହୋଲି ପାର୍ଟିରେ କପୁର ପରିବାର ଛଡ଼ା ବଡ଼ ବଡ଼ ଫିଲ୍ମ କଳାକାରମାନେ ଆସିଥାନ୍ତି । ଥରେ ଏହି ପାର୍ଟିରେ ଅମିତାଭ ବଚ୍ଚନ ଧମାଲ କରିଥିଲେ ।

ମିଡ଼ିଆ ରିପୋର୍ଟ ଅନୁଯାୟୀ, ଆର୍‌ କେ ଷ୍ଟୁଡ଼ିଓ ହୋଲିରେ ବଡ଼ କଳାକାରଙ୍କ ସହ ସଂଘର୍ଷ କରୁଥିବା ଛୋଟ କଳାକାର ମଧ୍ୟ ସାମିଲ ହେଉଥିଲେ । ଅମିତାଭ ସେତେବେଳେ ଜଣେ ସଂଘର୍ଷ କରୁଥିବା କଳାକାର ଥିଲେ । ସେତେବେଳେ ତାଙ୍କର କେତୋଟି ଫିଲ୍ମ ଫ୍ଲପ ହୋଇସାରିଥିଲା । ସେ ମଧ୍ୟ ଏହି ହୋଲି ପାର୍ଟିକୁ ଆସିଥିଲେ । ରାଜ କପୁର ଅମିତାଭଙ୍କୁ କହିଲେ ଯେ ଆଜି କିଛି ଧମାଲ ହୋଇଯାଉ । ଆଜି ବହୁତ କଳାକାର ଆସିଛନ୍ତି ସମସ୍ତେ ତୁମର ପ୍ରତିଭା ଦେଖିପାରିବେ ।

ରାଜ କପୁରଙ୍କ କଥା ମାନି ସେଦିନ ଅମିତାଭ ବଚ୍ଚନ ପ୍ରଥମ ଥର ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରି ଲୋକଙ୍କ ଆଗରେ ‘ରଙ୍ଗ ବରଷେ ଭିଗି ଚୁନରଓ୍ଵାଲି’ ଗୀତ ଗାଇଥିଲେ । ଅମିତାଭଙ୍କ ଆଓ୍ଵାଜରେ ଏହି ଗୀତ ସେଦିନ ସମସ୍ତଙ୍କୁ ପସନ୍ଦ ଆସିଥିଲା । ବହୁ ବର୍ଷ ପରେ ଫିଲ୍ମ ନିର୍ମାତା ୟଶ୍‌ ଚୋପ୍‌ଡ଼ା ଏହି ଗୀତ ନିଜର ଫିଲ୍ମ ‘ସିଲ୍‌ସିଲା’ ରେ ନେଇଥିଲେ । ଏହି ଗୀତ ବହୁତ ହିଟ୍‌ ହୋଇଥିଲା । ହୋଲି ଉତ୍ସବରେ ଏହି ଗୀତ ସବୁଠି ବାଜୁଥିବାର ଦେଖାଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.