ସୋସିଆଲ ମିଡିଆରେ ଭାଇରାଲ ହେଲେ ଖତରୋ କେଁ ଖିଲାଡି, ଦେଖନ୍ତୁ ରିୟଲ ଷ୍ଟଣ୍ଟ

ଜୀବନରେ ଆମକୁ ଅନେକ ବିପଦର ସମ୍ନା କରିବାକୁ ପଡିଥାଏ। ହେଲେ ବିପଦ ସହ ଲଢ଼ି ଯିଏ ଆଗକୁ ବଢ଼ିଛି ସିଏ ହିଁ ପ୍ରକୃତ ଯୋଦ୍ଧା। ମଣିଷକୁ ସବୁ ସମୟରେ ବିପଦର ସାମ୍ନା କରିବାକୁ ପଡିଥାଏ। କିନ୍ତୁ ପଶୁ ପକ୍ଷୀ ମଧ୍ୟ ଏଥିରୁ ଏବେ ବାଦ୍‌ ପଡିନାହାନ୍ତି। ହଁ ଦର୍ଶକ ବନ୍ଧୁ ତାଙ୍କ ଭିତରେ ମଧ୍ୟ ବିପଦର ସାମ୍ନା କରିବାକୁ ଜଲବା ଭରି ହୋଇ ରହିଛି।  ଏହି ଭିଡିଓ ଯାହାକୁ ଲୋକେ ଏବେ ଖୁବ ପସନ୍ଦ କରୁଛନ୍ତି। ଆଶ୍ଚର୍ଯ୍ୟ ଲାଗିଲେ ବି ଘଟଣାଟି ସତ।

‘ଖତରୋ କେଁ ଖିଲାଡି’ ଏହି ଡାଇଲଗ ତ ଆପଣ ଶୁଣିଥିବେ। ଏବେ ଏହି ଭିଡିଓଟିରେ ଆମେ ସେଇଆ ଦେଖେଇବାକୁ ଯାଉଛୁ। ଜଙ୍ଗଲରେ ଖତରୋ କେଁ ଖିଲାଡିଙ୍କ ରିୟଲ ଷ୍ଟଣ୍ଟ। ଭିଡିଓରେ ଆପଣ ଦେଖିପାରୁଥିବେ ଗୋଟେ ବେଙ୍ଗ ଯାଉଥିବାର। ମାତ୍ର ସେ କାହା ଉପରେ ଯାଉଛି ଦେଖିପାରୁଛନ୍ତି ତ? ଦର୍ଶକ ବନ୍ଧୁ ସେ ସାପ ଉପରେ ଯାଉଥିବାର ଦେଖିବାକୁ ଆପଣ ପାଇବେ। ସାଧାରଣତଃ ଆମ ସମସ୍ତେ ଜାଣିଛେ, ସାପର ପ୍ରିୟ ଖାଦ୍ୟ ବେଙ୍ଗ । ଆଉ ବେଙ୍ଗକୁ ମଧ୍ୟ ଏହା ବେଶ ଭଲ ଭାବେ ଜଣା ଯେ, ତା’ର ଶତ୍ରୁ କିଏ। ଖାଦ୍ୟ ଓ ଖାଦକର ଏଭଳି ଭିଡିଓ ଆପଣ କେଉଁଠି ଦେଖିନଥିବେ। ପ୍ରକୃତରେ ବେଙ୍ଗଟି ଅଜାଣତରେ ନିଜ ମୃତ୍ୟୁର ସବାରୀ କରୁଛି। ଦେଖିକି ଭ୍ରମ ସୃଷ୍ଟି ହେଉଥିଲେ ମଧ୍ୟ ଏହା ସତ।

ତେବେ ଏହି ଭିଡିଓକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି ଭିଡିଓକୁ ଆଇଏଫଏସ ଅଧିକାରୀ ସୁଶାନ୍ତ ଏସ ନନ୍ଦା ନିଜ ଟ୍ଵିଟର ଆକାଉଣ୍ଟରେ ସେୟାର କରିଥିଲେ। ତା’ ସହ କ୍ୟାପସନରେ ଲେଖିଥିଲେ ‘ ମୃତ୍ୟୁର ସବାରୀ , ନା ମିଛ, ନା ଭ୍ରମ’। ଏହା ଏବେ ଭାଇରାଲ ହେବାରେ ଲାଗିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.