Below header

କେନ୍ଦୁଝର: ଅବୀର ରଙ୍ଗରେ ରଙ୍ଗୀନ ହେଲା ଧୁଡ଼, ପରିବାର ସଦସ୍ୟଙ୍କ ସହ ଧୂମଧାମରେ ହୋଲି ପାଳନ କଲା ବାରହା ଧୁଡ଼

କେନ୍ଦୁଝର(କେନ୍ୟୁଜ୍): ରଙ୍ଗରେ ରଙ୍ଗୀନ ହେଲା ଧୁଡ଼ । ହୋଲି ପର୍ବକୁ  ବେଶ ଧୂମଧାମରେ ପାଳନ କରିଛି ଶକୁନ୍ତଳାଙ୍କ ପାଳିତ ଜଙ୍ଗଲୀ ଜୀବ ଧୁଡ଼। ବନ ବିଭାଗ ଧୁଡ଼କୁ ନେଇଯିବା ପରେ ଶକୁନ୍ତଳା ପଶୁ ଓ ମଣିଷର ସମ୍ପର୍କର ବନ୍ଧନକୁ ଭୁଲି ନପାରି  ଜଙ୍ଗଲରେ ଖାଇବା ପିଇବା ଭୁଲି ପାଗେଳି ପରି ଖୋଜି ବୁଲୁଥିଲେ।  କିଛି ଦିନ ପରେ  ଏହି ବିଛେଦର ଅନ୍ତ ଘଟାଇ ଘରକୁ ଫେରିଥିଲା ବାରହା ଧୁଡ଼୍। ସେବେଠାରୁ ଶକୁନ୍ତଳାଙ୍କ ପାଖରେ ରହୁଛି  ଧୁଡ଼।

ଯେହେତୁ  ଶକୁନ୍ତଳା ଛୋଟରୁ ବଡ଼ କରିଛନ୍ତି ତେଣୁ ଛୋଟ ବେଳୁ ଧୁଡ଼ ମଧ୍ୟ ଓଡିଶାର ସବୁ ପର୍ବରେ ପରିବାର ସଦସ୍ୟଙ୍କ ସହ ପାଳନ କରିଆସିଛି। ଏହି କ୍ରମରେ  ଆଜି ହୋଲି ଭଳି ଏକ ଭାଇଚାରାର ଦିନରେ ପରିବାର ଲୋକଙ୍କ ସହ ହୋଲି ମନାଇଛି ଧୁଡ଼।  ଶେଷରେ ତାକୁ ଅନ୍ୟ ସଦସ୍ୟ ଗାଧୋଇ ଦେଇଥିଲେ ଓ ପରେ ଖାଇ ପିଇ ଖୁସି ମନାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.