ଆପଲ୍‌ ୟୁଜର୍ସଙ୍କ ପାଇଁ ଖୁସି ଖବର, ଦେଶୀ ପବଜି ଗେମ୍‌ର ଏଥର ଉଠାଇପାରିବେ ମଜା

ଚାଇନା ଆପ୍ସକୁ ବ୍ୟାନ କରାଯିବା ପରେ ଦେଶରେ ପବଜି ପ୍ରେମୀଙ୍କ ଭାଳେଣି ପଡିଥିଲା। ଏଥିପାଇଁ ଦେଶୀ ଗେମ ପବଜି ଭଳି ପ୍ରଥମ ବ୍ୟାଟେଲ ଗେମ FAU-Gକୁ ଚଳିତ ବର୍ଷ ଜାନୁଆରୀ ୨୬ରେ ଗଣତନ୍ତ୍ର ଦିବସ ଉପଲକ୍ଷେ ଲଞ୍ଚ କରାଯାଇଥିଲା। ପବଜି ଗେମ୍‌କୁ ଟକ୍କର ଦେବା ପାଇଁ ଜାନୁଆରୀରେ ଫୌଜି ଗେମ୍‌ ଲଞ୍ଚ କରାଯାଇଛି। ଯାହା କେବଳ ଆଣ୍ଡ୍ରଏଡ ୟୁଜର୍ସମାନଙ୍କ ପାଇଁ ଆଭିଲେବଲ ଥିଲା। କିନ୍ତୁ ଏବେ ଆପଲ୍‌ ୟୁଜର୍ସମାନଙ୍କ ପାଇଁ ମଧ୍ୟ ଏହା ଉପଲବ୍ଧ। ଆପଲ୍‌ ୟୁଜର୍ସମାନେ ଏହାକୁ ଏବେ ଡାଉନଲୋଡ କରି ଖେଳିପାରିବେ। ଆପଲ୍‌ ଆପ ଷ୍ଟୋରରେ ଆଇଫୋନ୍‌ ୟୁଜର୍ସମାନେ ଏହାକୁ ଡାଉନଲୋଡ କରିପାରିବେ।

fau g67
pc: the indian express

ଫିୟରଲେସ ୟୁନାଇଟେଡ୍‌ ଗାର୍ଡସ ତଥା FAU-Gକୁ ବେଙ୍ଗାଲୁରୁର nCore ଗେମ୍ସ କମ୍ପାନୀ ତିଆରି କରିଥିଲା। ଏହି ମେଡ-ଇନ-ଇଣ୍ଡିଆ ଗେମର ଲଞ୍ଚ ସଂପର୍କରେ ଅଭିନେତା ଅକ୍ଷୟ କୁମାର ନିଜ ଆକାଉଣ୍ଟରେ ଜଣାଇଥିଲେ। ଏହି ଗେମରେ ମଲ୍ଟିପ୍ଲେୟାର ମୋଡ ଦିଆଯାଇନାହିଁ। ଯେଉଁଠି ପବଜି ଗେମରେ ମଲ୍ଟିପ୍ଲେୟାର ମୋଡ ରହିଥିଲା। ଏହା ସହିତ ଗ୍ରାଫିକ୍ସରେ ମଧ୍ୟ ତାରତମ୍ୟ ରହିଛି। ଏହାର ସାାଇଜ 500mb ରହିଛି। ଏହାକୁ ହିନ୍ଦୀ ଭାଷାରେ ଲଞ୍ଚ କରାଯାଇଛି।

‘ଆତ୍ମନିର୍ଭର ଭାରତ’ ଚିନ୍ତାଧାରାକୁ ଦୃଷ୍ଟିରେ ରଖି ଏହି ଆପ୍‌କୁ ଲଞ୍ଚ କରାଯାଇଥିଲା। କମ୍ପାନୀର କହିବା ଅନୁଯାୟୀ ଏହି ଗେମରୁ ହେଉଥିବା ଲାଭର ୨୦% ଭାରତର ସେନା ଟ୍ରଷ୍ଟକୁ ପ୍ରଦାନ କରାଯିବ । ଏହାକୁ ଶହୀଦମାନଙ୍କୁ ସାହାଯ୍ୟ କରିବା ନିମନ୍ତେ ବିନିଯୋଗ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.