Below header

ସମ୍ବଲପୁର: ରଙ୍ଗର ପର୍ବ ହୋଲି ହେଲା ଜୀବନର ଶେଷ ହୋଲି, ସଡକ ଦୁର୍ଘଟଣାରେ ଚାଲିଗଲା ୨ ଯୁବକଙ୍କ ଜୀବନ

ସମ୍ବଲପୁର(କେନ୍ୟୁଜ୍):  ହୋଲିରେ ଘଟିଲା ଅଘଟଣ । ରଙ୍ଗର ପର୍ବ ହୋଲି ହେଲା ଶେଷ ହୋଲି । ସଡକ  ଦୁର୍ଘଟଣାରେ  ୨ ଜଣଙ୍କ ଜୀବନ ଯାଇଥିବା ସହ   ଜଣେ ଗୁରୁତର  ଆହତ ହୋଇଛନ୍ତି । ଆଜି ଅପରାହ୍ନରେ ଶାସନ ଥାନା ଅନ୍ତର୍ଗତ ପରମାଣପୁର କଲେଜ ନିକଟରେ ଗୋଟିଏ ବାଇକରେ ୩ ଜଣ ଯୁବକ ପରମାଣପୁର ପଟକୁ  ଯାଉଥିବା ସମୟରେ ଏକ  ଟ୍ରଲର ସିନ୍ଦୁରପଙ୍କରୁ ଲଇଡା ପଟକୁ  ଯାଉଥିଲା । ଏହି ସମୟରେ ଟ୍ରଲର ପଛ ପଟେ  ବାଇକଟି ଧକ୍କା ହୋଇଥିଲା।

ଟ୍ରଲର ଧକ୍କାରେ ଘଟଣା ସ୍ଥଳରେ  ୨  ଜଣଙ୍କ ମତ୍ୟୁ ହୋଇଥିବା  ବେଳେ  ଜଣେ ଗୁରୁତର  ଆହତ ହୋଇଛନ୍ତି ।  ମ୍‌ତକମାନେ ହେଲେ ପରମାଣପୁରର ପିଣ୍ଟୁ ସାହୁ ଓ ଦୁଳବ କୁମାର ମରେଇ । ଘଟଣା ସ୍ଥଳରେ ଶାସନ ଥାନା  ପୋଲିସ ପହଞ୍ଚି  ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ସେପଟେ ଗୁରୁତର ଥିବା ଯୁବକକୁ ସ୍ଥାନୀୟ ଲୋକେ ବୁର୍ଲା ମେଡିକାଲରେ ଭର୍ତ୍ତି କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.