ନବାଜୁଦ୍ଦିନଙ୍କ ପୋଷ୍ଟ ଭାଇରାଲ, ସୋସିଆଲ ମିଡିଆରେ ଅଭିନେତ୍ରୀଙ୍କୁ ଏମିତି କହି ହେଲେ ଭାଇରାଲ

ମୁମ୍ବାଇ ମାୟାନଗରୀରେ ନିଜ କ୍ୟାରିୟର ଆରମ୍ଭ କରିବାକୁ ଚାହୁଁଥିଲେ ପ୍ରଥମେ ଆପଣଙ୍କୁ ବହୁତ କଷ୍ଟ କରିବାକୁ ପଡିବ। ଛୋଟ ସହରରୁ ବାହାରି ମୁମ୍ବାଇ ଭଳି ସହରରେ ନିଜ ଭାଗ୍ୟର ପରୀକ୍ଷା କରିବା ସମସ୍ତଙ୍କ ପକ୍ଷେ ସମ୍ଭବ ନୁହେଁ। ମୁମ୍ବାଇରେ ନିଜ ଭାଗ୍ୟ ପରୀକ୍ଷା ପାଇଁ ଆସିଥିବା ନବାଜୁଦ୍ଦିନ ସିଦ୍ଦିକି ଆଜି  ନିଜ ଅଭିନୟ ମାଧ୍ୟମରେ ପରିଚୟ ସୃଷ୍ଟି କରି ସାରା ଫିଲ୍ମ ଜଗତରେ ଏକ ସ୍ୱତନ୍ତ୍ର ସ୍ଥାନ ଅକ୍ତିଆର କରିପାରିଛନ୍ତି। ସବୁ ଫିଲ୍ମରେ ଦମଦାର ଅଭିନୟ କରି ଫ୍ୟାନ୍ସମାନଙ୍କର ମନ ଜିଣୁଛନ୍ତି।

କିଛି ଦିନ ଆଗରୁ ତାଙ୍କର ପ୍ରଥମ ମ୍ୟୁଜିକ ଭିଡିଓ ‘ବାରିଶ କି ଯାଏ’ ରିଲିଜ ହୋଇଛି। ଯାହା ଇଣ୍ଟରନେଟରେ ଧମାଲ୍‌ ମଚାଉଛି। ଏହି ଭିଡିଓର ଏକ ସିନ୍‌ ଏବେ ବହୁତ ଭାଇରାଲ ହେବାରେ ଳାଗିଛି। ଏହି ମ୍ୟୁଜିକ ଭିଡିଓରେ ନବାଜୁଦ୍ଦିନଙ୍କ ସହ ନେହା ଶର୍ମା ନଜର ଆସିଛନ୍ତି। ଏହାପରେ ଖୁବ ଶୀଘ୍ର ୨ଜଣ ‘ଜୋଗିରା ସାରା ରା ରା’ ଫିଲ୍ମରେ ସ୍କ୍ରିନ ସେୟାର କରିବାକୁ ଯାଉଛନ୍ତି। ଏ ସଂପର୍କରେ ସମସ୍ତ ତଥ୍ୟ ନେହା ଶର୍ମା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଏହାର ଏକ ଛୋଟ ଭିଡିଓ ସେ ସେୟାର କରିଥିଲେ। ଯେଉଁଥିରେ ନେହା ନବାଜୁଦ୍ଦିନଙ୍କୁ ଭଲ ପାଉଥିବାର କହୁଥିବା ବେଳେ ରିପ୍ଳାଏରେ ସେ ନେହାଙ୍କୁ ଓକାତ୍‌ ରେ ରହିବାକୁ କହିଛନ୍ତି।

 

ଯାହା ଏବେ ପୁରା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ ଦେଖି ତାଙ୍କ ଫ୍ୟାନ୍ସମାନେ ପସନ୍ଦ କରିଛନ୍ତି। ବହୁତ ଶୀଘ୍ର ୨ ଜଣଙ୍କ ଫିଲ୍ମ ରିଲିଜ ହେବାକୁ ଯାଉଛି। ଯେଉଁଥିରେ ଏମାନଙ୍କର କେମେଷ୍ଟ୍ରି ଦେଖିବାକୁ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.