Below header

ନେପାଳରେ ବାୟୁ ପ୍ରଦୂଷଣ ବଢ଼ାଇଲା ଚିନ୍ତା, ୨ ଅପ୍ରେଲ ପର୍ଯ୍ୟନ୍ତ ସବୁ ଶିକ୍ଷାନୁଷ୍ଠାନ ବନ୍ଦ

କାଠମାଣ୍ଡୁ :  ପୁରା ଦୁନିଆ କରୋନା ମହାମାରୀ ନେଇ ସଂଘର୍ଷ କରୁଥିବା ବେଳେ ନେପାଳ କରୋନା ସହ ଆଉ ଏକ ସମସ୍ୟା ଦେଇ ଗତି କରୁଛି । ନେପାଳରେ ବାୟୁ ପ୍ରଦୂଷଣ ସ୍ତର କ୍ରମାଗତ ବଢ଼ି ଚାଲିଥିବା ବେଳେ ଏବେ ବାୟୁ ପ୍ରଦୂଷଣ ଯୋଗୁ ସ୍କୁଲ ବନ୍ଦ ହେବା ପାଇଁ ସରକାର ଘୋଷଣା କରିଛନ୍ତି । ସରକାର ସବୁ ଶିକ୍ଷଣ ସଂସ୍ଥାନକୁ ଅପ୍ରେଲ ୨ ତାରିଖ ଯାଏ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏକ ପରିସଂଖ୍ୟାନ ଅନୁଯାୟୀ ୨୦୧୯ ରେ ବାୟୁ ପ୍ରଦୂଷଣ ଯୋଗୁ ଜନ୍ମରୁ ୧ ମାସ ମଧ୍ୟରେ ୨୨ ପ୍ରତିଶତ ନବଜାତଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି । ଜଙ୍ଗଳରେ ନିଆଁ ଲାଗିବା ଯୋଗୁ ରାଜଧାନୀ କାଠମାଣ୍ଡୁ ର ପ୍ରଦୁଷଣ ମାତ୍ରା ବଢ଼ିଥିବା ଏକ କାରଣ ବୋଲି କୁହାଯାଇଛି । ଚଳିତବର୍ଷ କାଠମାଣ୍ଡୁର ପ୍ରଦୂଷଣ ସ୍ତର ଅଧିକ ଥିବାରୁ ସେଠାରେ ସବୁ ସ୍କୁଲ ବନ୍ଦ ରଖିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.