Below header

ରାଉରକେଲା: ଉତ୍କଳ ବସ୍ତିର ଏକ ଢାବାରେ ଚଢ଼ାଉ, ୮୦ବୋତଲ ବେଆଇନ ବିଦେଶୀ ମଦ ଜବତ

ରାଉରକେଲା(କେନ୍ୟୁଜ୍): ରାଉରକେଲା ୧୫ନମ୍ବର ସେକ୍ଟର ଥାନା ପୋଲିସ ଉତ୍କଳ ବସ୍ତିର ଏକ ଢାବାରେ ଚଢ଼ାଉ କରି ୮୦ବୋତଲ ବେଆଇନ ବିଦେଶୀ ମଦ ଜବତ କରିଛି । ହୋଲି ଦିନ ମଦ ବିକ୍ରି ବନ୍ଦ ଥିବା ବେଳେ ବେଆଇନ ବିଦେଶୀ ମଦ ବିକ୍ରି କରୁଥିବା ଅଭିଯୋଗରେ ଉକ୍ତ ଅଂଚଳର ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ ।

ଗିରଫ ବ୍ୟକ୍ତି  ଅବତାର ସିଂ ପୂର୍ବରୁ ମଧ୍ୟ ଏପରି ଚୋରା ମଦ କାରବାରରେ ଲିପ୍ତ ଥିବା ପୋଲିସ କହିଛି । ଗିରଫ ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.