ଯାଜପୁର:ଗ୍ରୀନ୍ ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ, ଗୋଟିଏ ଟ୍ରାକ୍ଟର ଓ ପିକ୍ଅପ୍ ଭ୍ୟାନ ସମେତ ପରିବା ଗୋଦାମ ପୋଡ଼ି ପାଉଁଶ

ଯାଜପୁର ରୋଡ( କେନ୍ୟୁଜ): ଯାଜପୁର ଜିଲ୍ଲା ବ୍ୟାସନଗର ସହରର ଡାକବଙ୍ଗଳା ଛକ ନିକଟରେ ଥିବା ଗ୍ରୀନ୍ ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ। ଏହି ଅଗ୍ନିକାଣ୍ଡରେ ଏକ ଟ୍ରାକ୍ଟର ଓ ଏକ ପିକ୍ଅପ୍ ଭ୍ୟାନ ସହିତ ଗୋଟିଏ ପରିବା ଗୋଦାମ ସମ୍ପୂର୍ଣ୍ଣ ଜଳିପୋଡି ପାଉଁଶ ହୋଇଯାଇଛି। ସେହିପରି ନିକଟରେ ଥିବା ଏକ ହୋଣ୍ଡା ବାଇକ୍ ସୋରୁମ୍ ଏହି ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତି ଯାଇଛି।

 ସୋରୁମ୍ ଛାତ ଉପରେ ଥିବା କେତେକ ଜିନିଷପତ୍ର ପୋଡି ଯାଇଛି। ତେବେ ଏହି ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଆଜି ଅପରାହ୍ନ ୩ଟା ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.