Below header

ଦେଢ ଲକ୍ଷ ଟଙ୍କା ବଜେଟରେ ବିବାହ କରିଥିଲେ ଏହି ଅଭିନେତ୍ରୀ, ପିନ୍ଧିଥିଲେ ୩ହଜାର ଟଙ୍କାର ସାଢୀ

ନିଜ ବିବାହକୁ ନେଇ କିଛି ସିକ୍ରେଟ୍ କଥା ସେୟାର କଲେ ଅଭିନେତ୍ରୀ ଅମୃତା ରାଓ । ଯାହାକୁ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ ।

ମୁମ୍ବାଇ: ଅଭିନେତ୍ରୀ ଅମୃତା ରାଓଙ୍କୁ ନିହାତୀ ସଭିଏଁ ଜାଣିଥିବେ । ଖୁବ୍ କମ୍ ଫିଲ୍ମ କରିଥିଲେ ସୁଦ୍ଧା ସେ ନିଜ ଅଭନୟ କଳା ପାଇଁ ଘରେ ଘରେ ପରିଚିତ। ନିକଟରେ ଅମୃତା ତାଙ୍କ ସ୍ୱାମୀ ରେଡିଓ ଜକି ଅନମୋଲଙ୍କ ସହ ୟୁଟ୍ୟୁବରେ ସେମାନଙ୍କ ବିବାହ ବିଷୟରେ କିଛି ଆଶ୍ଚର୍ଯ୍ୟଜନକ କଥା ସେୟାର କରିଛନ୍ତି । ସେମାନଙ୍କ ୟୁଟ୍ୟୁବ୍ ଚ୍ୟାନେଲ କପଲ୍ ଅଫ୍ ଥିଙ୍ଗ୍ସରେ ବିବାହ ବାର୍ଷିକୀ ଅବସରରେ ଏକ ସ୍ଵତନ୍ତ୍ର ଭିଡିଓରେ ଦୁହେଁ ପ୍ରଶଂସକଙ୍କୁ ଏହି କଥା ସେୟାର କରିଥିଲେ । ସେମାନେ ମୁମ୍ବାଇରୁ ପୁଣେ ଅଭିମୁଖେ ଯାତ୍ରା କରିଥିଲେ, ଯେଉଁଠାରେ ସେମାନେ ନଅ ବର୍ଷ ପୂର୍ବେ ଇସ୍କନ୍ ମନ୍ଦିରରେ ଗୁପ୍ତରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

ନିଜ ବ୍ଳଗ୍ ରେ ଅମୃତା ଏବଂ ଅନମୋଲ ପ୍ରକାଶ କରିଛନ୍ତି ଯେ ସେମାନେ ନିଜ ବିବାହରେ ମାତ୍ର ଦେଢ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ଯେଉଁଥିରେ ସେମାନଙ୍କର ପୋଷାକ, ବିବାହ ସ୍ଥାନ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ଅନ୍ତର୍ଭୁକ୍ତ ଥିଲା । ଅମୃତା ରାଓ ଏବଂ ଆରଜେ ଅନମୋଲ ଆହୁରି ମଧ୍ୟ ପ୍ରକାଶ କରିଛନ୍ତି ଯେ ସେମାନେ ୨୦୧୪ ରେ ଗୁପ୍ତ ଭାବରେ ବିବାହ କରିଥିଲେ । କାରଣ ସେ ଚାହୁଁଥିଲେ ଯେ ଏଥିପାଇଁ ତାଙ୍କ କ୍ୟାରିୟର ପ୍ରଭାବିତ ନହେଉ ।

ମେନ୍ ହୁନ୍ ନା, ଇଶ୍କ୍ ବିଶକ୍, ଜଲି ଏଲ୍.ଏଲ୍.ବି ଏବଂ ବିବାହ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିବା ଅମୃତା ରାଓ କହିଛନ୍ତି ଯେ ସେ ତାଙ୍କ ବିବାହ ପାଇଁ ଡିଜାଇନର୍ ପୋଷାକ ପିନ୍ଧିବାକୁ ଚାହୁଁ ନଥିଲେ ଏବଂ ପାରମ୍ପାରିକ ଲୁକ୍ ପାଇଁ ଇଛୁକ ଥିଲେ । ୩ହଜାର ଟଙ୍କା ମୂଲ୍ୟର ଏକ ସାଢୀ ପିନ୍ଧିଥିଲେ । ଅନମୋଲଙ୍କର ବି ବିବାହ ପୋଷାକର ମୂଲ୍ୟ ପ୍ରାୟ ସମାନ ଥିଲା । ଏହି ଦମ୍ପତ୍ତି କହିଛନ୍ତି ଯେ , ୧୧ ହଜାର ମୂଲ୍ୟରେ ବିବାହ ସ୍ଥାନର ବ୍ୟବସ୍ଥା କରାଯାଇଥିଲା ।

ଅମୃତା କହିଛନ୍ତି “ମୁଁ ଏକ ପାରମ୍ପାରିକ ପୋଷାକ ପିନ୍ଧିବାକୁ ଚାହୁଁଥିଲି। ମୋର ସାଢୀର ମୂଲ୍ୟ ୩ହଜାର ଟଙ୍କା ଥିଲା … ମୁଁ ଡିଜାଇନର୍ ପୋଷାକ ପିନ୍ଧିବାକୁ ଚାହୁଁ ନଥିଲି … ମୁଁ ହାତ ତିଆରି ଅଳଙ୍କାର ପିନ୍ଧିଥିଲି । ମୋର ମଙ୍ଗଳସୁତ୍ର ମାତ୍ର, ୧୮ହଜାର ଟଙ୍କା ଥିଲା । ” ସେ ଆହୁରି ମଧ୍ୟ କହିଛନ୍ତି, “ଆମେ ସବୁବେଳେ ବିଶ୍ୱାସ କରୁ ଯେ ବିବାହ ହେଉଛି ପ୍ରେମ। ଟଙ୍କା ଏକ ପ୍ରଦର୍ଶନୀ ନୁହେଁ। ଆମେ କେବଳ ଚାହୁଁଥିଲୁ ଆମ ପରିବାର ଏବଂ ଘନିଷ୍ଠ ବନ୍ଧୁମାନେ ଆମ ବିବାହରେ ରୁହନ୍ତୁ … ଆମେ ବିବାହରେ ଅଧିକ ଖର୍ଚ୍ଚ କରି ନ ଥିଲୁ ଏବଂ ଆମେ ଏହାକୁ ଉପଭୋଗ କରିଥିଲୁ ।”

ଆରଜେ ଅନମୋଲ କହିଛନ୍ତି, “ଆମର ବିବାହ ଆମର ବ୍ୟକ୍ତିତ୍ୱର ପ୍ରତିଫଳନ ଏବଂ ଆମେ ଏହାକୁ ଏକ ସ୍ୱଚ୍ଛ ଢଙ୍ଗରେ କରିବାକୁ ଚାହୁଁଥିଲୁ । ଯଦି ଆମର ବିବାହ ଅଲଗା କପଲ୍ ମାନଙ୍କୁ ଏଭଳି ବିବାହ କରିବାକୁ ଉତ୍ସାହିତ କରେ ତେବେ ଆମେ ସନ୍ତୁଷ୍ଟ ହେବୁ । ” ଅମୃତା ରାଓ ଏବଂ ଆରଜେ ଅନମୋଲଙ୍କ ଏହି କଥା ନେଟେନିଜେନଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ୟୁଟ୍ୟୁବରେ ଅନେକ ମତ ଦେଇଛନ୍ତି ବଜେଟ୍ ଅନୁକୂଳ ବବିବାହ, ତଥାପି ସ୍ମରଣୀୟ । ଏ ଭଳି ବିବାହ ପାଇଁ ଚୟନ କରିଥିବାରୁ ସେମାନଙ୍କୁ ପ୍ରଶଂସା କରିଛନ୍ତି ଅନେକ ।

ଜଣେ ବ୍ୟକ୍ତି ସେମାନଙ୍କ ଭିଡିଓର ମନ୍ତବ୍ୟ ଦେଇ ଲେଖିଛନ୍ତି, “ସେମାନଙ୍କର ବିବାହ ଖୁବ୍ ଶାଳୀନତାର ସହ ହୋଇଥିଲା …” । ଆଉ ଜଣେ ଲେଖିଛନ୍ତି, ତୁମେମାନେ ଆଶ୍ଚର୍ଯ୍ୟଜନକ … ତୁମର ବିବାହ ସର୍ବୋତ୍ତମ । ସେହିଭଳି ଜଣେ ବ୍ୟକ୍ତି ଲେଖିଛନ୍ତି, “ତୁମେ ଦୁହେଁ ସମସ୍ତଙ୍କ ପାଇଁ ପ୍ରେରଣାଦାୟକ । ଏତେ ସରଳ, କିନ୍ତୁ ଏତେ ସ୍ନେହପୂର୍ଣ୍ଣ ଏବଂ ଏତେ ସ୍ଵତନ୍ତ୍ର ।” ସେହିଭଳି ଆଉ ଜଣେ ମନ୍ତବ୍ୟ ଦେଇଛନ୍ତି, ତୁମେମାନେ ଯୁବ ପିଢୀଙ୍କ ପାଇଁ ପ୍ରେରଣା । ଜଣେ ପ୍ରଶଂସକ ଏହା ମଧ୍ୟ ମନ୍ତବ୍ୟ ଦେଇଛନ୍ତି, “ଏହା ଦେଖିବାକୁ ବହୁତ ସୁନ୍ଦର ଯେ ସେଲିବ୍ରିଟିମାନେ ମଧ୍ୟ ଅତି ସରଳ ଉପାୟରେ ବିବାହ କରିପାରିବେ …ସେହିମାନଙ୍କ ପାଇଁ ଏହା ବହୁତ ପ୍ରେରଣା ଦେବ, ଯେଉଁମାନେ କେବଳ ଶୋ ଅଫ୍ ପାଇଁ ବିବାହରେ ବହୁତ ଟଙ୍କା ନଷ୍ଟ କରନ୍ତି ।”

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.