ଏଟିଏମ ଲୁଟକୁ ପଣ୍ଡ କରିଥିବା ପୋଲିସ କର୍ମଚାରୀ ହେଲେ ସମ୍ମାନିତ, ମାନପତ୍ର ଦେଇ ସମ୍ବର୍ଦ୍ଧିତ କଲେ ଭୁବନେଶ୍ୱର ଡିସିପି

ଗତ ୧୩ ତାରିଖ ରାତି ଅଧରେ ଲୁଟେରାଙ୍କୁ ୨ ଘଣ୍ଟା ଧରି ସାହସର ସହିତ ପୋଲିସ କର୍ମଚାରୀମାନେ ମୁକାବିଲା କରିଥିଲେ । ପିସିଆର ଭ୍ୟାନ ପିଛା କରୁଥିବା ଦେଖି ଟେକା ପଥର ମାଡ଼ କରିଥିଲେ ଲୁଟେରା । ପିସିଆର କଣ୍ଟ୍ରୋଲ ରୁମ ସହିତ ଯୋଗାଯୋଗ ପରେ ପ୍ରାୟ ୭ଟି ପିସିଆର ପିଛା କରିଥିଲେ ।

ଭୁବନେଶ୍ବର(କେନ୍ୟୁଜ୍):   ଭୁବନେଶ୍ୱର ଭିଏସଏସ ନଗରରେ ଏଟିଏମ ଲୁଟକୁ ପଣ୍ଡ କରିଥିବା ପୋଲିସ କର୍ମଚାରୀ ସମ୍ମାନିତ । ଜଣେ ଏସପିଓ ଓ ୨ ଜଣ କନେଷ୍ଟବଳଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଛନ୍ତି ଭୁବନେଶ୍ୱର ଡିସିପି । ଗତ ୧୩ ତାରିଖ ରାତି ଅଧରେ ଲୁଟେରାଙ୍କୁ ୨ ଘଣ୍ଟା ଧରି ସାହସର ସହିତ ପୋଲିସ କର୍ମଚାରୀମାନେ ମୁକାବିଲା କରିଥିଲେ ।

ପିସିଆର ଭ୍ୟାନ ପିଛା କରୁଥିବା ଦେଖି ଟେକା ପଥର ମାଡ଼ କରିଥିଲେ ଲୁଟେରା । ପିସିଆର କଣ୍ଟ୍ରୋଲ ରୁମ ସହିତ ଯୋଗାଯୋଗ ପରେ ପ୍ରାୟ ୭ଟି ପିସିଆର ପିଛା କରିଥିଲେ । ଚନ୍ଦ୍ରଶେଖରପୁର ଥାନା ହାତିଆଶୁଣି ରାସ୍ତା ଦେଇ ଗାଡି ଛାଡି ଜଙ୍ଗଲ ଭିତରକୁ ଖସି ପଳାଇ ଥିଲେ । ଗାଡ଼ିରୁ ଗ୍ୟାସ କଟର, ଲୁହା ରଡ଼, ମୁଖା ଆଦି ଜବତ କରାଯାଇଛି । ଫେରାର ଲୁଟେରାଙ୍କୁ ଧରିବା ପାଇଁ ପୋଲିସ ଚଢ଼ାଉ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.