Below header

କର୍ଣ୍ଣାଟକ: ବିଧାନସୌଧରେ ମୁଖ୍ୟମନ୍ତ୍ରୀ ଅଫିସ୍‌ ବାହାରେ ‘ନାମ ଫଳକ’ ବଦଳିଲା, ସାମ୍ନାକୁ ଆସିଲା VIDEO

ସିଦ୍ଦରମୈୟା ସିଏମ୍ ଭାବରେ ଶପଥ ଗ୍ରହଣ କରିବା ମାତ୍ରେ ‘ବିଧାନସୌଧ’ରେ ସିଏମ୍ ଅଫିସ୍ ବାହାରେ ଲାଗିଥିବା ନାମ ଫଳକକୁ ବଦଳାଇ ଦିଆଯାଇଛି।

କର୍ଣ୍ଣାଟକର ନବ ନିର୍ବାଚିତ ସରକାରଙ୍କ ଶପଥ ଗ୍ରହଣ ସମାରୋହ ଶେଷ ହୋଇଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ସିଦ୍ଦରମୈୟା ଏବଂ ଉପ ମୁଖ୍ୟମନ୍ତ୍ରୀ ଭାବରେ ଡିକେ ଶିବକୁମାର ଶପଥ ଗ୍ରହଣ କରିଛନ୍ତି। ଏହା ବ୍ୟତୀତ ଡ. ଜି ପରମେଶ୍ୱର, କେଏଚ୍ ମୁନିୟାପ୍ପା, କେଜେ ଜର୍ଜ, ଏମବି ପାଟିଲ, ସତୀଶ ଜାର୍କିହୋଲି, ପ୍ରିୟାଙ୍କ୍‌ ଖର୍‌ଗେ, ରାମଲିଙ୍ଗା ରେଡ୍ଡୀ ଓ ବିଜେଡ୍‌ ଜମିର ଅହମ୍ମଦ ଖାନ ମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି।

ସିଦ୍ଦରମୈୟା ସିଏମ୍ ଭାବରେ ଶପଥ ଗ୍ରହଣ କରିବା ମାତ୍ରେ ‘ବିଧାନସୌଧ’ରେ ସିଏମ୍ ଅଫିସ୍ ବାହାରେ ଲାଗିଥିବା ନାମ ଫଳକକୁ ବଦଳାଇ ଦିଆଯାଇଛି ଏବଂ ଏହା ଜାଗାରେ ସିଦ୍ଦରମୈୟାଙ୍କ ନାମର ଫଳକ ଲଗାଯାଇଛି। ଏହି ନାମ ଫଳକ ଲଗାଇବାର ଭିଡିଓ ବି ସାମ୍ନାକୁ ଆସିଛି।

ଶପଥ ଗ୍ରହଣ ସମାରୋହରେ ରାହୁଲ ଗାନ୍ଧୀ ଲୋକଙ୍କୁ ଧନ୍ୟବାଦ ଜଣାଇବା ସହ କହିଥିଲେ ଯେ ‘ଯାତ୍ରା ସମୟରେ ଆମେ କହିଥିଲୁ, ଘୃଣା ଦୂର ହେବ ଏବଂ ପ୍ରେମ ଜିତିବ। କର୍ଣ୍ଣାଟକ ଘୃଣାର ବଜାରରେ ଲକ୍ଷ ଲକ୍ଷ ପ୍ରେମ ଦୋକାନ ଖୋଲିଛି। ଆମେ ମିଥ୍ୟା ପ୍ରତିଶ୍ରୁତି ଦେଉନାହିଁ, ବରଂ ଯାହା କହିଥାଉ ତାହା କରି ଦେଖାଉ। କର୍ଣ୍ଣାଟକର ଲୋକମାନେ କଂଗ୍ରେସକୁ ଯେଉଁ ଶକ୍ତି ଦେଇଛନ୍ତି, ଆମେ ତାହାକୁ ଭୁଲି ପାରିବୁ ନାହିଁ। ଆମେ ହୃଦୟରୁ ଆପଣଙ୍କ ପାଇଁ କାମ କରିବୁ। ଏହି ସରକାର ଆପଣଙ୍କର’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.