ମାର୍ଚ୍ଚରେ ବିଲ ଆସିଲା ୪୬୧ ଟଙ୍କା କିନ୍ତୁ ଏପ୍ରିଲରେ ଆସିଲା ୭ କୋଟି ୯୦ ଲକ୍ଷ ୩୫ ହଜାର ଟଙ୍କା !

ନିଳାଦ୍ରୀ ବିହାର ଜିଏ-ଫ୍ଲାଟ ନମ୍ବର ୪୦୨ରେ ଲାଗିଥିବା ପ୍ରିପେଡ ମିଟର ପାଇଁ ଏପରି ବିଲ ଆସିଥିବା ଜଣାପଡ଼ିଛି। ଫ୍ଲାଟରେ ଭଡ଼ାରେ ରହୁଥିବା ଉପଭୋକ୍ତା ଦୁର୍ଗା ପଟ୍ଟନାୟକ ଏସଂପର୍କରେ ମାଲିକ ରମାକାନ୍ତ ମିଶ୍ରଙ୍କୁ ଜଣାଇବା ପରେ ଡିପିସିଏଡିଏଲରେ ଅଭିଯୋଗ କରିଛନ୍ତି

ଭୁବନେଶ୍ବର(କେନ୍ୟୁଜ୍):  ସାତ କୋଟିର ବିଜୁଳି ବିଲ୍‌ । ଭୁବନେଶ୍ୱର ନିଳାଦ୍ରୀ ବିହାର ଅଞ୍ଚଳର ଜଣେ ବିଦ୍ୟୁତ ଉପଭୋକ୍ତାଙ୍କ ପାଖକୁ ଆସିଛି ଏହି ବିଜୁଳି ବିଲ୍‌। ନିଳାଦ୍ରୀ ବିହାର ଜିଏ-ଫ୍ଲାଟ ନମ୍ବର ୪୦୨ରେ ଲାଗିଥିବା ପ୍ରିପେଡ ମିଟର ପାଇଁ ଏପରି ବିଲ ଆସିଥିବା ଜଣାପଡ଼ିଛି। ଫ୍ଲାଟରେ ଭଡ଼ାରେ ରହୁଥିବା ଉପଭୋକ୍ତା ଦୁର୍ଗା ପଟ୍ଟନାୟକ ଏସଂପର୍କରେ ମାଲିକ ରମାକାନ୍ତ ମିଶ୍ରଙ୍କୁ ଜଣାଇବା ପରେ ଡିପିସିଏଡିଏଲରେ ଅଭିଯୋଗ କରିଛନ୍ତି । ସେହି ମିଟରରେ ପୂର୍ବ ମାସରେ ମାତ୍ର ୪୬୧ ଟଙ୍କା ବିଲ ଆସିଥିବାବେଳେ ଏପ୍ରିଲ ମାସର ବିଲରେ ଦେୟ ପରିମାଣ ୭ କୋଟି ୯୦ ଲକ୍ଷ ୩୫ ହଜାର ୪୫୬ ଟଙ୍କା ରହିଛି।

ଟାଟା ପାୱାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡର ଅଧିକାରୀଙ୍କୁ ଏନେଇ ଯୋଗାଯୋଗ କରିଯାଇଥିଲା । ତ୍ରୁଟି କେଉଁଠି ରହିଛି ସେନେଇ ଅନୁଧ୍ୟାନ କରିବେ ବୋଲି କହିଛନ୍ତି । କେବଳ ଜଣେ ଗ୍ରାହକଙ୍କ ଘରର ବିଜୁଳି ବିଲ୍‌ ଯଦି ୭ କୋଟିରୁ ଉର୍ଦ୍ଧ ହେବ ତାହେଲେ ବଡ଼ ବ୍ୟବସାୟ ପ୍ରତିଷ୍ଠାନ ପାଇଁ କେତେ ରହିବ ସେନେଇ ପ୍ରଶ୍ନବାଚୀ ।

ଗତ କିଛି ବର୍ଷ ଧରି ଅନେକ ଗ୍ରାହକଙ୍କ ବର୍ଦ୍ଧିତ ବିଲର ସମାଧାନ ହୋଇପାରିନଥିବାବେଳେ ଗ୍ରାହକ କେବଳ ଦୌଡ଼ି ଦୌଡ଼ି ନୟାନ୍ତ ହେଉଛନ୍ତି । ଏବେ ଆଉ ଜଣେ ଗ୍ରାହକଙ୍କ ନାମ ସେହି ତାଲିକାରେ ଯୋଡ଼ି ହୋଇଛି । ସେ ନିଜ ସୋସିଆଲ ମିଡ଼ିଆରେ ସେୟାର କରିବା ପରେ ଘଟଣା ବାବଦରେ ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.