ବାରାକ ଓବାମାଙ୍କ ସମେତ ୫୦୦ ଆମେରିକୀୟଙ୍କୁ ରୁଷିଆ ମନା
ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ସମେତ ୫୦୦ ଆମେରିକୀୟଙ୍କୁ ବାରଣ କରିଛି ରୁଷ । ବାଇଡେନ ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ରୁଷ ବିରୋଧୀ ପ୍ରତିବନ୍ଧକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛି ।
![obama](https://knewsodisha.com/wp-content/uploads/2023/05/obama.jpg)
ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କୁ ରୁଷିଆା ମନା । କେବଳ ଓବାମା ନୁହେଁ ୫୦୦ ଆମେରିକୀୟଙ୍କୁ ବାରଣ କରିଛି ରୁଷ । ଓ୍ଵାଶିଂଟନରେ ଲାଗୁ କରାଯାଇଥିବା ପ୍ରତିବନ୍ଧକକୁ ଦୃଷ୍ଟିରେ ରଖି ରୁଷ ଏଭଳି ନିଷ୍ପତ୍ତି ନେଇଛି । ବାଇଡେନ ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ରୁଷ ବିରୋଧୀ ପ୍ରତିବନ୍ଧକଙ୍କୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛି ।
ୟୁକ୍ରେନ ଆକ୍ରମଣ ଉପରେ ରୁଷର ଅର୍ଥନୀତିକୁ ବନ୍ଦ କରିବାକୁ ଉଦ୍ୟମକୁ ବ୍ୟାପକ କରିଥିବାରୁ ଆମେରିକା ଉପରେ ଏଭଳି ନିଷ୍ପତ୍ତି ନେଇଛି ରୁଷ । ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ବାଇଡେନଙ୍କ ରୁଷିଆ ବିରୋଧୀ ନୀତିକୁ ନେଇ ଏପରି କଟକଣା ଲଗାଇଛନ୍ତି ପୁଟିନ ସରକାର ।
ରୁଷିଆ ବିରୋଧରେ ଆମେରିକା ଲଗାଇଥିବା କଟକଣାକୁ ନେଇ ଏଭଳି ମନୋଭାବ ଦେଖାଇଛନ୍ତି ପୁଟିନ । ରୁଷ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ୱାଶିଂଟନ ଦ୍ୱାରା ଘୋଷିତ କରାଯାଇଥିବା ପ୍ରତିବନ୍ଧ ଜବାବରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ଶୁକ୍ରବାର ଆମେରିକା ରୁଷିଆର ୩୦୦ ନାଗରିକ ଓ କମ୍ପାନୀ ଉପରେ ବ୍ୟାନ ଲଗାଇଥିବା ନେଇ ଘୋଷଣା କରିଥିଲା। ୟୁକ୍ରେନ ଉପରେ ପୁଟିନଙ୍କ ବର୍ବର ଆକ୍ରମଣ ପ୍ରତି ଜବାବରେ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ଆମେରିକାର ଟ୍ରେଜେରୀ ସଚିବ ଜେନେଟ ୟେଲେନ କହିଥିଲେ। ଏହାକୁ ନେଇ ଉତ୍ତ୍ୟକ୍ତ ହୋଇ ପଡ଼ିଥିବା ରୁଷ ଏପରି ଜବାବୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।
Barack Obama among 500 US nationals banned from entering Russia https://t.co/nBu2aZ7gS2 pic.twitter.com/QvfuVnrAVl
— Citizen TV Kenya (@citizentvkenya) May 20, 2023
ରୁଷ କହିଛି ଯେ, ଆମ ବିରୋଧରେ ନିଆଯାଉଥିବା କୌଣସି ବି ପଦକ୍ଷେପକୁ ଆମେ ହାଲକା ଭାବେ ଗ୍ରହଣ କରୁନୁ । ଆମେ ବି ଏହାର କଡ଼ା ଜବାବ ଦେବାକୁ ପ୍ରସ୍ତୁତ ରହୁଛୁ। ଏହା ଆମେରିକା ମନେ ରଖିବା ଜରୁରୀ ।