କଣ ଆପଣଙ୍କୁ ଜଣାଅଛି ଘରେ ଆପଣ କେତେ ଟଙ୍କା ନଗଦ କ୍ୟାସ ରଖିପାରିବେ, ଜାଣନ୍ତୁ ଇନକମ୍‌ ଟ୍ୟାକ୍ସର ନିୟମ

ଘରେ ଆପଣ ନଗଦ କେତେ ଟଙ୍କା ରଖିପାରିବେ ଜାଣନ୍ତୁ । ଯଦି ଆପଣ ଏହା ବିଷୟରେ ଜାଣିନାହାଁନ୍ତି ତାହେଲେ ଜାଣନ୍ତୁ ନିୟମ ।

ଆଜିର ଡିଜିଟାଲ ଜମାନାରେ ବର୍ତ୍ତମାନ ଲୋକମାନେ ଘରେ କ୍ୟାସ ରଖିବା କମ୍‌ କରିଦେଇଛନ୍ତି । କିନ୍ତୁ ପୂର୍ବରୁ ଆପଣଙ୍କୁ ମନେ ଥିବ ଯେ ଆମର ଗୁରୁଜନମାନେ ଆମକୁ ଘରେ କୌଣସି ବି ଏମରଜେନ୍ସୀ ସମୟରେ ଟଙ୍କା ପାଖରେ ରଖିବାକୁ ପରାମର୍ଶ ଦିଅନ୍ତି । ତାପୂର୍ବ କଥା ବି ଯଦି ଆମେ କଥା ହେବା ତ ଲୋକମାନେ ବ୍ୟାଙ୍କରେ ବି ଟଙ୍କା ରଖିବାକୁ ଇଚ୍ଛା କରନ୍ତି ନାହିଁ ବରଂ ଘରେ ଟଙ୍କା ଲୁଚାଇ ରଖନ୍ତି । କିନ୍ତୁ ଏବେ ଯୁଗ ବଦଳିଛି ତାସହିତ ଲୋକଙ୍କ ଚିନ୍ତାଧାରା ବି ବଦଳିଛି । ବର୍ତ୍ତମାନ ଲୋକମାନେ ଡିଜିଟାଲ ଓ୍ଵାଲେଟରୁ ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ଏହିସବୁ ମଧ୍ୟରେ କଣ ଆପଣଙ୍କୁ ଜଣାଅଛି ଆପଣ ଘରେ ମ୍ୟାକ୍ସ ଟୁ ମ୍ୟାକ୍ସ କେତେ ଟଙ୍କା ନଗଦ ରଖିପାରିବେ । ଯଦି ଆପଣ ଏହା ବିଷୟରେ ଜାଣିନାହାଁନ୍ତି ତାହେଲେ ଜାଣନ୍ତୁ ନିୟମ ।

ଘରେ କେତେ ଟଙ୍କା ନଗଦ ରଖିପାରିବେ? କେତେ ଟଙ୍କା ରଖିବା ଦ୍ୱାରା ପେନାଲ୍ଟୀ ଲାଗିବ? ଏମିତି ଅନେକ ପ୍ରଶ୍ନ ଅଛି ଯାହା ଆପଣଙ୍କ ମନରେ ଆସୁଛି । କିନ୍ତୁ ବୋଧହୁଏ ଆପଣଙ୍କୁ ଘରେ କ୍ୟାସ ରଖିବାର ଲିମିଟ୍‌ ଜଣାଥିବ । କିନ୍ତୁ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଇନକମ୍‌ ଟ୍ୟାକ୍ସ ନିୟମ ଅନୁସାରେ ଆପଣଙ୍କୁ ଘରେ କ୍ୟାସ ରଖିବାର ମଞ୍ଜୁରୀ ରହିଛି । ଅର୍ଥାତ୍‌ ଆପଣ ଯେତେ ବି ଟଙ୍କା ଚାହିଁବେ ଏକାଥରେ ରଖିପାରିବେ । କିନ୍ତୁ ଯଦି ଆପଣଙ୍କ ନଗଦ ଟଙ୍କା ଯାଞ୍ଚ୍‌ ଏଜେନ୍ସୀଙ୍କ ହାତରେ ଲାଗିଯାଏ ତାହେଲେ ଆପଣଙ୍କୁ ନିଜ ଆୟର ସୋର୍ସ ଏବଂ ସେହି ଟଙ୍କା କେମିତି ଅର୍ଜନ କଲେ କହିବାକୁ ହେବ ।

ଏଥିପାଇଁ ପରାମର୍ଶ ଦିଆଯାଏ ଯେ ଆପଣଙ୍କୁ ନଗଦ ଟଙ୍କାର ସମ୍ପୂର୍ଣ୍ଣ ସୋର୍ସ ବିଷୟରେ ଜଣାଥିବା ଉଚିତ । ଏହାବ୍ୟତୀତ ଆପଣଙ୍କ ଇନକମର ମଧ୍ୟ ସୋର୍ସ ଥିବା ଉଚିତ । ଏଥିପାଇଁ ଆପଣଙ୍କ ପାଖରେ ସମ୍ପୂର୍ଣ୍ଣ ଡକ୍ୟୁମେଣ୍ଟ ରହିଥିବା ଉଚିତ, ଯାହାକୁ ଆପଣ ଆବଶ୍ୟକ ପଡିଲେ ଦେଖାଇପାରିବେ । ଯଦି ଆପଣ ପ୍ରତି ବର୍ଷ ଇନକମ୍‌ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ କରନ୍ତି ତାହେଲେ ଆପଣଙ୍କୁ ଚିନ୍ତା କରିବାର ଆବଶ୍ୟକ ନାହିଁ । କିନ୍ତୁ ନଗଦ ଟଙ୍କା ଆପଣଙ୍କ ଆଇଟିଆର ଅନୁଯାୟୀ ହେବା ଉଚିତ । ଏମିତି ନୁହେଁ ଯେ ଆପଣଙ୍କ ଆଇଟିଆର ବାର୍ଷିକ ୫ ଲକ୍ଷ ଥିବ କିନ୍ତୁ ଏଠାରେ କ୍ୟାସ ଆପଣଙ୍କର ୫୦ ଲକ୍ଷ ଥିବ ।

ଯଦି ଚଢ଼ାଉ ସମୟରେ ଆପଣ ନଗଦ ଟଙ୍କାର ହିସାବ ଆୟକର ଅଧିକାରୀଙ୍କୁ ଦେବାରେ ଅସମର୍ଥ ହେଲେ ତାହେଲେ ଆପଣଙ୍କ ମୁସକିଲ ବଢ଼ିଯାଇପାରେ । ଇନକମ୍‌ ଟ୍ୟାକ୍ସ ବିଭାଗ ଚଢ଼ାଉ ସମୟରେ ଆପଣଙ୍କୁ ଆମଦାନୀର ପୁଖତା ସୂଚନା ଦେବାକୁ ହେବ । ଆପଣ ଯଦି ସଠିକ ସୂଚନା ଦେଇଦେଲେ ତାହେଲେ ଆପଣଙ୍କୁ କୌଣସି ବି ଜରିମାନା ଦେବାକୁ ପଡିବନାହିଁ । କିନ୍ତୁ ଯଦି ଆପଣ ସୂଚନା ଦେବାରେ କୌଣସି ବି ଗଡବଡି କଲେ ତାହେଲେ ଆପଣଙ୍କ ପାଖରେ ଯେତେ କ୍ୟାସ ଜବତ ହୋଇଥିବ ତାହାର ୧୩୭% ପର୍ଯ୍ୟନ୍ତ ଟ୍ୟାକ୍ସ ଲଗାଯିବ । ଅର୍ଥାତ ଆପଣଙ୍କୁ କ୍ୟାସ ସହିତ ୩୭ ପ୍ରତିଶତ ଟ୍ୟାକ୍ସ ଏକ୍ସଟ୍ରା ଦେବାକୁ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.