ଆଇପିଏଲ ଶେଷ ହେବା ପୂର୍ବରୁ ଭାରତୀୟ ଟିମ୍‌ ଇଂଲଣ୍ଡ ଯିବ, ବିସିସିଆଇର ନୂଆ ପ୍ଲାନ

ଆଇପିଏଲ୍‌ ନ ସରିବା ପୂର୍ବରୁ WTC ଫାଇନାଲ ପାଇଁ ଇଂଲଣ୍ଡ ଯିବ ଟିମ୍‌ ଇଣ୍ଡିଆ । ଟିମ୍‌ ଇଣ୍ଡିଆର ଖେଳାଳି ୩ଟି ବ୍ୟାଚରେ ଇଂଲଣ୍ଡ ଗସ୍ତ କରିବ ବୋଲି ବିସିସିଆଇ ପ୍ଲାନ କରିଛି ।

ଆଇପିଏଲ୍‌ ସରିବା ପରେ WTC ଫାଇନାଲ ଖେଳିବ ଭାରତ । ଜୁନ ୭ରୁ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଓଭାଲ ମଇଦାନରେ ମ୍ୟାଚ ଖେଳାଯିବ । ଆଉ ଏଥିପାଇଁ ଟିମ୍‌ ଇଣ୍ଡିଆ ଇଂଲଣ୍ଡ ଗସ୍ତ କରିବ । ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍‌ ୩ ବ୍ୟାଚରେ ଇଂଲଣ୍ଡ ଗସ୍ତ କରିବ । ଆଇପିଏଲ ଶେଷ ହେବା ପୂର୍ବରୁ ଟିମ୍‌ ଇଂଲଣ୍ଡ ଯିବ ।

ଖବର ମୁତବାକ, ଟିମ୍‌ ଇଣ୍ଡିଆର ପ୍ରଥମ ବ୍ୟାଚ୍‌ ୨୩ ମେରେ ଇଂଲଣ୍ଡ ଯିବା ବେଳେ ଦ୍ୱିତୀୟ ବ୍ୟାଚ୍‌ ଦୁଇଟି ପ୍ଲେ ଅଫ୍‌ ମ୍ୟାଚ ଖେଳିବା ପରେ ଇଂଲଣ୍ଡ ଯିବ । ସେହିପରି ତୃତୀୟ ବ୍ୟାଚ୍‌ ୩୦ ମେ ରେ ଇଂଲଣ୍ଡ ଗସ୍ତ କରିବ । ପୂର୍ବରୁ କିଛି ଖେଳାଳିଙ୍କୁ ଇଂଲଣ୍ଡ ଯିବାକୁ କୁହାଯାଇଛି ।

ଆଇପିଏଲ୍‌ ପ୍ଲେ ଅଫରୁ ବାଦ୍‌ ପଡିଥିବା ଟିମ୍‌ର ଖେଳାଳି ପୂର୍ବରୁ ଇଂଲଣ୍ଡ ଯିବାକୁ ନିଷ୍ପତ୍ତି ନିଆଯାଇଛି । ଅଭ୍ୟାସ ମ୍ୟାଚ ପାଇଁ ଖେଳାଳିଙ୍କୁ ଇଂଲଣ୍ଡ ଗସ୍ତ କରିବାକୁ ହେବ । ବିସିସିଆଇ ଯଦି ଇଂଲଣ୍ଡ ଆଣ୍ଡ େଓ୍ଵଲସ କ୍ରିକେଟ ବୋର୍ଡରେ ଅଭ୍ୟାସ ମ୍ୟାଚ ପାଇଁ ରାଜି ବି କରାଏ, ତେବେ ସେଠାରେ କାଉଣ୍ଟି ସିଜିନ ଚାଲୁଥିବାରୁ ଖେଳାଳି ଅଭ୍ୟାସ କରିବା ସମସ୍ୟା ହୋଇପାରେ ।

ଆଇପିଏଲରେ ମୋଟ ୧୦ଟି ଟିମ୍‌ ମଧ୍ୟରୁ ୩ଟି ଦଳ ପ୍ଲେ ଅଫ୍‌ରୁ ବାଦ୍‌ ପଡିଛି । ଗୁଜୁରାଟ ଟାଇଟନ୍ସ ପ୍ଲେ ଅଫରେ ଏଣ୍ଟ୍ରି କରିଛି । ବାକି ୬ଟି ଟିମ୍‌ ମଧ୍ୟରେ ଜୋରଦାର ଲଢେଇ ଚାଲିଛି ।

WTC ଫାଇନାଲ ପାଇଁ ଟିମ୍‌ ଇଣ୍ଡିଆ : ରୋହିତ ଶର୍ମା(ଅଧିନାୟକ), ଈଶାନ କିଶନ(ଓ୍ଵିକେଟ କିପର), ଶୁବମନ ଗିଲ୍‌, ଚେତେଶ୍ୱର ପୂଜାରା, ବିରାଟ କୋହଲି, ଅଜିଙ୍କ୍ୟ ରାହାଣେ, କେଏଲ ରାହୁଲ, କେଏସ ଭରତ, ରବିଚନ୍ଦ୍ରନ ଅଶ୍ୱିନୀ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ସାମି, ମହମ୍ମଦ ସିରାଜ, ଉମେଶ ଯାଦବ, ଜୟଦେବ ଉନାଦକଟ ।

ଷ୍ଟାଣ୍ଡବାଏ ଖେଳାଳି : ଋତୁରାଜ ଗାୟକ୍ୱାଡ, ମୁକେଶ କୁମାର, ସୂର୍ଯ୍ୟକୁମାର ଯାଦବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.