Below header

ମୁମ୍ବାଇର ଭେରୋସୋଭା ଥାନାରେ ହାଜର ହେଲେ ଅନୁରାଗ କଶ୍ୟପ

ମୁମ୍ବାଇ:ହାଜର ହେଲେ ଅନୁରାଗ କଶ୍ୟପ। ଅଭିନେତ୍ରୀ ପାୟଲ ଘୋଷଙ୍କ ଅଭିଯୋଗ ପରେ ଅଡୁଆରେ ଫିଲ୍ମ ମେକର ଅନୁରାଗ କଶ୍ୟପ । ମୁମ୍ବାଇ ପୋଲିସ ଅନୁରାଗଙ୍କୁ ସମନ କରିଥିଲା । ଭେରୋସୋଭା ପୋଲିସ ଷ୍ଟେସନରେ  ସେ ହାଜର ହେବାକୁ ସମନ ହୋଇଥିଲା । ଏବେ ସେ ହାଜର ହୋଇଛନ୍ତି । 

ଆଜି ପ୍ରଥମ ଥର ଅନୁରାଗ କଶ୍ୟପଙ୍କୁ ପଚରାଉଚରା କରାଯିବ । ଅନୁରାଗ କଶ୍ୟପଙ୍କ ବିରୋଧରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ । ସେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ହୋଇଥିବାରୁ ପୋଲିସ ତାଙ୍କୁ ଗିରଫ କରୁନଥିବା କହିଥିଲେ ଅଭିନେତ୍ରୀ ପାୟଲ ଘୋଷ । ଅନୁରାଗଙ୍କ ଗିରଫ ଦାବି କରିଥିଲେ ପାୟଲ ଘୋଷ । ଗିରଫ କରାନଗଲେ ସେ ଅନଶନରେ ବସିବେ ବୋଲି କହିଥିଲେ । ଅନୁରାଗ କଶ୍ୟପ ପାୟଲଙ୍କୁ ଦୁର୍ବ୍ୟବହାର ଓ ମି-ଠୁ ଅଭିଯୋଗ ଆଣିଥିଲେ । ଯାହାକୁ ନେଇ ବଲିଉଡରେ କିଛି ଦିନ ହେଲାଣି ଚର୍ଚ୍ଚା ଜୋର ଧରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.