ବହୁ ଚର୍ଚ୍ଚିତ ଉଳିବୁର ଖଣି ଦୁର୍ନୀତିର ମୁଖ୍ଯ ଅଭିଯୁକ୍ତ ଦୀପକ ଗୁପ୍ତାଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ୍

କେନ୍ଦୁଝର: ବହୁ ଚର୍ଚ୍ଚିତ ଉଳିବୁର ଖଣି ଦୁର୍ନୀତିର ମୁଖ୍ଯ ଅଭିଯୁକ୍ତ ଦୀପକ ଗୁପ୍ତାଙ୍କୁ ଜାମିନ୍। ଆଜି ସେ ଜାମିନରେ ବାହାରିକୁ ବାହାରିଛନ୍ତି ।  ମାନ୍ଯବର ହାଇକୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରିଛନ୍ତି । ୨ ଜଣ ଜାମିନଦାର ଓ ୧ କୋଟି ଅର୍ଥ ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମାନ୍ଯବର କୋର୍ଟ।

୫-୦୯-୨୦୧୩ ରୁ ଗିରଫ ହୋଇ ଜେଲରେ ଥିଲେ ଦୀପକ ଗୁପ୍ତା । ୯୩୭ କୋଟି ଟଙ୍କାର ବହୁଚର୍ଚ୍ଚିତ ଉଳିବୁର ଖଣି ଦୁର୍ନୀତି ମାମଲାରେ ଗିରଫ ହୋଇଥିଲେ । ଏବେ ପର୍ଯ୍ଯନ୍ତ ୧୩ ଜଣ ବେଲ୍ ରେ ଅଛନ୍ତି । ଏହି ଘଟଣାରେ ୨୭ ଜଣ ଓ ୨ଟି କମ୍ପାନୀଙ୍କ ବିରୋଧରେ କେଶ କରିଥିଲା ଭିଜିଲାନ୍ସ । ଏବେ ବି ଅନେକଙ୍କୁ ଗିରଫ କରି ପାରିନାହିଁ ଭିଜିଲାନ୍ସ । ସେମାନଙ୍କ ମଧ୍ୟରେ ଦୀପକଙ୍କ ପରିବାର ଲୋକେ ମଧ୍ୟ ଅନ୍ତର୍ଭୁକ୍ତ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.