Below header

ବାହୁବଳୀ ଅଭିନେତ୍ରୀଙ୍କ ଗୋଡ ହେଲା ଫ୍ରାକ୍ଚର, କେମିତି ଜାଣନ୍ତୁ

ମୁମ୍ବାଇ : ସିନେମା ଜଗତରେ ଇତିହାସ ରଚିଥିବା ଫିଲ୍ମ ବାହୁବଳୀର ମୁଖ୍ୟ ଅଭିନେତ୍ରୀ ଦେବସେନା ଅର୍ଥାତ୍ ଅନୁଷ୍କା ସେଟ୍ଟୀ ସୋସିଆଲ ମିଡିଆରେ ପ୍ରାୟତଃ ଚର୍ଚ୍ଚାର କାରଣ ପାଲଟିଥାନ୍ତି। ତେବେ ତାଙ୍କର ଯେକୌଣସି ଫଟୋ ସୋସିଆଲ ମିଡିଆରେ ପୋଷ୍ଟ ହେବା ମାତ୍ରେ ଭାଇରାଲ ହୋଇଯାଇଥାଏ। କିନ୍ତୁ ନିକଟରେ ତାଙ୍କ ଜଡିତ ଏପରି ଏକ ଖବର ଆସିଛି ଯାହା ଶୁଣି ତାଙ୍କ ଫ୍ୟାନ୍ସଙ୍କୁ ଲାଗିବ ଶକ୍ତ ଆଘାତ।

ଅନୁଷ୍କା ଖୁବ୍ ଶୀଘ୍ର ଚିରଞ୍ଜିବିଙ୍କ ସହ ସେରା ନରସିହ୍ନା ରେଡି ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି। ଖବର ମୁତାବକ ଏହି ଫିଲ୍ମର ସୁଟିଂ ସମୟରେ ଅନୁଷ୍କାଙ୍କ ଗୋଡରେ ଆଘାତ ଲାଗିଛି। ଯେଉଁଠି ପାଇଁ ତାଙ୍କୁ ଡାକ୍ତର ଆରାମ କରିବା ପାଇଁ ଉପଦେଶ ଦେଇଛନ୍ତି।

anushka-shetty

ରିପୋର୍ଟ ମୁତାବକ, ସୁଟିଂ ସମୟରେ ଅନୁଷ୍କାଙ୍କ ଗୋଡରେ ଆଘାତ ଲାଗିଥିଲା। ଯାହା ପାଇଁ ତାଙ୍କର ଫ୍ରାକ୍ଚରର ହୋଇଥିବା ଜଣାପଡିଛି। ତେବେ ଏହି କଥାକୁ ସର୍ବଜନିନ କରି ଅଭିନେତ୍ରୀ ନିଜ ଫ୍ୟାନ୍ସଙ୍କୁ କଷ୍ଟ ଦେବାକୁ ଚାହୁଁ ନାହାନ୍ତି। ଏଣୁ ସେ ଗୁପ୍ତରେ ଏହାର ଉପଚାର କରୁଛନ୍ତି। ତେବେ ସେ ଖୁବ ଶୀଘ୍ର ସୁସ୍ଥ ହୋଇ ପୁଣି ଥରେ ସୁଟିଂ ଆରମ୍ଭ କରିବେ ବୋଲି ଶୁଣିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.