ଏଠାରେ ମୁସଲିମଙ୍କୁ ମୁଣ୍ଡ ଗୁଞ୍ଜିବାକୁ ମିଳେନି ଛାତ, ରହିଛି ଏପରି ସରକାରୀ ନିୟମ

ବେରୁତ୍ : ଦେଶ ଭିନ୍ନ ହେବା ସହ ଭିନ୍ନ ରହିଥାଏ ସେଠାକାର ନିୟମ। ଏନେଇ ଅନେକ ଦେଶରେ ଦେଖିବାକୁ ମିଳିଥିଲେ ଅନେକ ଅଦ୍ଭୁତ ନିୟମ। ସେହିପରି ଲେବାନାନର ହଦାତ୍ ସହରରେ ମୁସଲିମ୍ ମାନଙ୍କ ପାଇଁ ରହିଛି କିଛି କଡ଼ା ନିୟମ। ଏଠାରେ ମୁସଲିମ୍ ମାନଙ୍କୁ ଘର ଭଡ଼ାନେବା ବା କିଣିବାରେ ନାହିଁ ନଥିବା ଅସୁବିଧାର ସାମ୍ନା କରିବାକୁ ପଡିଥାଏ। କିଛି ବର୍ଷ ପୂର୍ବେ ଏଠାରେ ଆଧିକାରୀକ ଭାବେ ଘୋଷଣା କରାଯାଇଥିଲା କି, ସହରରେ କେବଳ ଇସାଇୟୋଙ୍କୁ ହି ଘର ଭଡାରେ ପ୍ରଦାନ କରାଯିବ।

house

କିପରି ଏବେ ହେଲା ଖୁଲାସା

ନିକଟରେ ଘର ଭଡାରେ ନେବା ପାଇଁ ହଟାହଟା ହୋଇଥିବା ଏକ ମୁସଲିମ୍ ଦମ୍ପତି ସୋସିଆଲ ମିଡିଆରେ ନିଜର ଦୁଃଖ ବଖାଣିଛନ୍ତି। ମହମ୍ମଦ ଅବାଦ ନାମକ ଜଣେ ବ୍ୟକ୍ତି ତାଙ୍କ ଭାବିପତ୍ନୀଙ୍କ ସହ ଏକ ଘର ଭଡାରେ ନେବା ପାଇଁ ଅନଲାଇନରେ ଆବେଦନ କରିଥିଲେ। ଏନେଇ ସେ କିଛି ଘରମାଲିକଙ୍କୁ ଫୋନ କରିଥିବା ବେଳେ ସେମାନେ ସହରରେ ମୁସଲିମଙ୍କ ରହିବା ମନା ବୋଲି ପ୍ରତିଉତ୍ତର ଦେଇଥିଲେ।

muslims

ଏହା ଶୁଣି ହଠାତ୍ ଦମ୍ପତିଙ୍କୁ ବିଶ୍ବାସ ହୋଇନଥିଲା। ପରେ ସେମାନେ ନଗରପାଲିକାଙ୍କୁ ଫୋନ କରି ଏହି ନିୟମ ବିଷୟରେ ପଚାରିଥିଲେ। ଯାହାର ଜବାବରେ ସେ କହିଥିଲେ, କିଛି ବର୍ଷ ପୂର୍ବେ ମୁସଲିମଙ୍କ ଉପରେ ସହରରେ ରୋକ ଲାଗାଯାଇଥିଲା। ଲେବନାନରେ ଧର୍ମ ଆଧାର ନେଇ ବିଭାଜନ କେତେ ଖରାପ ତାହାର ସ୍ପଷ୍ଟ ଉଦାହରଣ ହଦାସରେ ଦେଖିବାକୁ ମିଳିଥାଏ। ଏଠାରେ ଦେଢ଼ ଦଶକ ପର‌୍ୟ୍ୟନ୍ତ ଚାଲିଥିବା ଏକ ଜାତିବାଦ ଯୁଦ୍ଧରେ ଏକ ଲକ୍ଷରୁ ଅଧିକ ଲୋକଙ୍କର ଦେହାନ୍ତ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.