ବିଶ୍ୱକପ୍‌ : ପାକିସ୍ତାନ ବିପକ୍ଷରେ ନ୍ୟୁଜିଲାଣ୍ଡ ସ୍କୋର କଲା ୬ ଓ୍ଵିକେଟ୍‌ରେ ୨୩୭ ରନ୍‌

ବର୍ମିଂହମ୍‌ : ଚଳିତ ବିଶ୍ୱକପ୍‌ର ଆଜି ଖେଳା ଯାଛି ୩୩ତମ ମ୍ୟାଚ୍‌ । ପାକିସ୍ତାନ ପାଇଁ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ ଥିବା ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୬ ଓ୍ଵିକେଟ୍‌ ହରାଇ କରିଛି ୨୩୭ ରନ୍‌ ।
ନ୍ୟୁଜିଲାଣ୍ଡ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ବର୍ଷା ଯୋଗୁ ଖେଳ ଆରମ୍ଭରେ ବିଳମ୍ବ ଘଟିଥିଲା । ତେବେ ପାଗର ସମର୍ଥନ ପାଇ ପାକିସ୍ତାନ ବୋଲର୍‌ ପ୍ରଥମରୁ ନ୍ୟୁଜିଲାଣ୍ଡର ଅଧା ଓ୍ଵିକେଟ୍‌ ଝାଡ଼ି ଦେଇଥିଲେ । ମାତ୍ର ୮୩ ରନ୍‌ରେ ଏହାର ୫ଟି ଓ୍ଵିକେଟ୍‌ ଖସି ଯାଇଥିଲା । ତେବେ ନିସମ ଓ ଗ୍ରାଣ୍ଡହୋମ୍‌ଙ୍କ ଯୋଡ଼ି ଷଷ୍ଠ ଓ୍ଵିକେଟ୍‌ରେ ୧୩୨ ରନ୍‌ ସଂଗ୍ରହ କରି ଖେଳର ମୋଡ଼ ବଦଳାଇ ଦେଇଥିଲେ । ନିସମ ଅପରାଜିତ ୯୭ ଏବଂ ଗ୍ରାଣ୍ଡହୋମ୍‌ ୬୪ ରନ୍‌ କରିଥିଲେ । କେନ୍‌ ଓ୍ଵିଲିୟମସନ୍‌ ଗୁରୁତ୍ୱପୂର୍ଣ୍ଣ ୪୧ ରନ୍‌ କରିଥିଲେ । ପାକିସ୍ତାନ ପକ୍ଷରୁ ସାହିନ ଶାହ ଆଫ୍ରିଦି ୨୮ ରନ୍‌ରେ ୩ ଓ୍ଵିକେଟ୍‌ ଦଖଲ କରିଛନ୍ତି ।
ନ୍ୟୁଜିଲାଣ୍ଡ ଏପର୍ଯ୍ୟନ୍ତ ୬ଟି ମ୍ୟାଚ୍‌ ଖେଳ ୫ଟି ବିଜୟ ସହ ୧୧ ପଏଣ୍ଟ ଏବଂ ପାକିସ୍ତାନ ୬ଟି ମ୍ୟାଚ୍‌ରୁ ୨ଟି ବିଜୟ ଓ ୩ଟି ପରାଜୟ ହାସଲ କରି ମାତ୍ର ୫ ପଏଣ୍ଟରେ ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.