ରାଜ୍ୟସଭାରେ ବଜାୟ ରହିଲା ତିନି ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର

ରାଜ୍ୟସଭା ଉପନିର୍ବାଚନ ପାଇଁ କାଏମ ରହିଲା ତିନିଜଣ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର। ବିଜେଡିର ଅମର ପଟ୍ଟନାୟକ ଓ ସସ୍ମିତ ପାତ୍ର ଏବଂ ବିଜେଡି ସମର୍ଥିତ ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରାର୍ଥିପତ୍ର କାଏମ ରହିଛି।

ଆଜି ଯାଞ୍ଚ ପ୍ରକ୍ରିୟା ସରିବା ପରେ ଏହି ସୂଚନା ଦେଇଛନ୍ତି ରାଜ୍ୟସଭା ନିର୍ବାଚନ ଅଧିକାରୀ। ରାଜ୍ୟର ତିନିଟି ଆସନ ପାଇଁ ଉପନିର୍ବାଚନ ହେଉଛି। ପ୍ରତି ଆସନରେ ଜଣେ ଲେଖାଏଁ ପ୍ରାର୍ଥୀଙ୍କ ନାମାଙ୍କନ କାଏମ ରହିଥିବାରୁ ଆଉ ନିର୍ବାଚନର ଆବଶ୍ୟକତା ନାହିଁ। ଏବେ କେବଳ ବିଜୟୀ ନେଇ ଘୋଷଣା ଔପଚାରିକତା ବାକି । ଆସନ୍ତା ୨୮ ତାରିଖରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ସରିବା ପରେ ବିଧିବଦ୍ଧ ଭାବରେ ତିନି ଜଣଙ୍କୁ ବିଜୟୀ ଭାବରେ ଘୋଷଣା କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.