ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ନିୟୋଜିତ ହେବେ ଏନଏସଜି, କେନ୍ଦ୍ରରୁ ମଗାଯାଇଛି ଦୁଇ କମ୍ପାନୀ

ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ନିୟୋଜିତ ହେବେ ନ୍ୟାସନାଲ ସିକ୍ୟୁରିଟି ଗାର୍ଡ–ଏନଏସଜି । ଏଥିପାଇଁ ଦୁଇ କମ୍ପାନୀ ଏନଏସଜି କେନ୍ଦ୍ରକୁ ମଗାଯାଇଛି । ସେହିପରି ସିଆରପିଏଫ୍, ରାପିଡ୍ ଆକ୍ସନ ଫୋର୍ସ, ଏନଡିଆରଏଫ୍ ରଥଯାତ୍ରାରେ ମୁତୟନ ହେବେ । ସେପଟେ ପୁରୀ ଟାଉନ୍ ଥାନାରେ ପକ୍ଷରୁ ରଥଯାତ୍ରା ସୁରକ୍ଷା ନେଇ ମକଡ୍ରିଲ କରାଯାଇଛି ।

ରଥଯାତ୍ରା ପାଇଁ ପୁରୀ ସହରରେ ଅଭେଦ୍ୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ଜଳ, ସ୍ଥଳ ଓ ଆକାଶ ମାର୍ଗରୁ ରଖାଯିବ ତୀକ୍ଷଣ ନଜର । ନିୟୋଜିତ ହେବେ ନ୍ୟାସନାଲ ସିକ୍ୟୁରିଟି ଗାର୍ଡ-ଏନଏସଜି । ଏଥିପାଇଁ କେନ୍ଦ୍ରକୁ ଦୁଇଟି କମ୍ପାନୀ ଏନଏସଜି ମଗାଯାଇଛି । ଗୋଟିଏ କମ୍ପାନୀ ଭୁବନେଶ୍ୱରରେ ରହିବେ । ଆଉ ଏକ କମ୍ପାନୀ ପୁରୀରେ ରହିବେ । ସେହିଭଳି ସିଆରପିଏଫ୍ ଓ ରାପିଡ୍ ଆକ୍ସନର ଦୁଇଟି ଲେଖାଏଁ କମ୍ପାନୀ ବିଭିନ୍ନ ସ୍ଥାନରେ ମୁତୟନ ହେବେ । ନୌସେନାକୁ ତଟ ସୁରକ୍ଷା ଦାୟିତ୍ୱ ଦିଆଯାଇଛି । ସେମାନଙ୍କୁ ସହଯୋଗ କରିବେ ମେରାଇନ୍ ଥାନା ପୋଲିସ ।

ratha yatra 1

ରଥଯାତ୍ରା ପାଖେଇ ଆସୁଥିବା ବେଳେ ପୁରୀ ଟାଉନ ଥାନା ପକ୍ଷରୁ କରାଯାଇଛି ମକଡ୍ରିଲ । ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜ୍ୟୁର-ଏସଓପି ପାଳନ ଉପରେ ଦିଆଯାଇଛି ଗୁରୁତ୍ୱ । ଶ୍ରୀମନ୍ଦିର ସମ୍ମୁଖରେ ଦଳାଚକଟା, ପୁରୀ-ଭୁବନେଶ୍ୱର ରାସ୍ତାର ମାଳତୀପାଟପୁରରେ ଦୁର୍ଘଟଣା, ସପିଂ ମଲରେ ଅଗ୍ନିକାଣ୍ଡ ଓ ଆହତମାନଙ୍କୁ ପ୍ରାଥମିକ ଚିକିତ୍ସା କିପରି ଯୋଗାଇ ଦିଆଯିବ ସେନେଇ ମକଡ୍ରିଲରେ ପ୍ରଦର୍ଶିତ କରାଯାଇଛି ।

ରଥଯାତ୍ରା ସମୟରେ ପୁରୀରେ ମୁତୟନ ହେବେ ୧୫୦ରୁ ଅଧିକ ପ୍ଲାଟୁନ୍ ଫୋର୍ସ । ଜଣେ ଏଡିଜି ର‍୍ୟାଙ୍କର ଅଫିସରଙ୍କୁ ସମସ୍ତ ଦାୟିତ୍ୱ ଦିଆଯିବ । ସବୁ ବରିଷ୍ଠ ଅଧିକାରୀମାନେ ତାଙ୍କୁ ସହଯୋଗ କରିବେ । ଟ୍ରାଫିକ ଓ ପାର୍କିଂକୁ ଅଧିକ ଗୁରୁତ୍ୱ ଦେଇଛି ଓଡିଶା ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.