Below header

କରନଙ୍କ ସହିତ କାମ କରିପାରନ୍ତି ଆୟୁଷ୍ମାନ ! ଫିଲ୍ମ ପାଇଁ ମିଳିଛି ପ୍ରସ୍ତାବ

ବଲିଉଡର ବଡବଡ ଷ୍ଟାରମାନଙ୍କ ଲିଷ୍ଟରେ ସାମିଲ ହୋଇଛନ୍ତି ଆୟୁଷ୍ମାନ ଖୁରାନା। ଗୋଟିଏ ବର୍ଷରେ ତିନି ତିନିଟି ଫିଲ୍ମ କରି ବକ୍ସ ଅଫିସରେ ଧମାଲ କରୁଛି ଆୟୁଷ୍ମାନଙ୍କ ଫିଲ୍ମ। ଏବେ ଆୟୁଷ୍ମାନ କରନ ଜୋହରଙ୍କ ସହିତ ଫିଲ୍ମ କରିବାକୁ ଯାଉଛନ୍ତି। ଯେଉଁଥିପାଇଁ ଆୟୁଷ୍ମାନଙ୍କ ଖୁସି କହିଲେ ନସରେ।

ayushman

ରିପୋର୍ଟ ମୁତାବକ, କରନ ଜୋହରଙ୍କ ପ୍ରଡକ୍ସନ ହାଉସର ଏକ ଫିଲ୍ମ ପାଇଁ ଆୟୁଷ୍ମାନଙ୍କୁ ଆପ୍ରୋଚ କରାଯାଇଛି। ଏହି ଫିଲ୍ମ ରୋମାଣ୍ଟିକ କମେଡି ହେବ। କିନ୍ତୁ ଏହାକୁ ନେଇ କରନ ଏବଂ ଆୟୁଷ୍ମାନଙ୍କ ପକ୍ଷରୁ କୌଣସି ସ୍ପଷ୍ଟୋକ୍ତି ମିଳିନାହିଁ। ଏହାପୂର୍ବରୁ ଗତ କିଛିବର୍ଷ ର୍ପୂେବ କରନ ଫିଲ୍ମ ପାଇଁ ଆୟୁଷ୍ମାନଙ୍କୁ ଆପ୍ରୋଚ କରିଥିଲେ କିନ୍ତୁ ସେ ଧ୍ୟାନ ଦେଇନଥିଲେ। ଏବେ କୁଆଡେ ଦୁହେଁ ଗୋଟେ ପ୍ରୋଜେକ୍ଟରେ କାମ କରିବାକୁ ଯାଉଛନ୍ତି।

ଏହାସହ ପଢ଼ନ୍ତୁ ; ଫିଲ୍ମ ‘ପାନିପତ୍‌’କୁ ନେଇ ରାଜସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ, ଆଶୁତୋଷଙ୍କ କୁଶପୁତ୍ତଳିକା ଦାହ

କରନ ଏବେ ଫିଲ୍ମ ‘ତଖତ୍‌’ର ନିର୍ଦ୍ଦେଶନା ଦେଉଛନ୍ତି। ଫିଲ୍ମରେ ରଣବୀର ସିଂହ, କରୀନା କପୁର, ଆଲିଆ ଭଟ୍ଟ, ବିକି କୌଶଳ, ଭୂମି ପେଡନେକର, ଜାହ୍ନବୀ କପୁର ଏବଂ ଅନିଲ କପୁରଙ୍କ ଭଳି ପ୍ରମୁଖ କଳାକାର ନଜର ଆସିବେ। ସେହିଭଳି ଆୟୁଷ୍ମାନଙ୍କ ଫିଲ୍ମ ‘ବାଲା’ କୁ ବକ୍ସ ଅଫିସରେ ଭଲ ପ୍ରତିକ୍ରିୟା ମିଳିଛି।ଏହାଛଡା ଆୟୁଷ୍ମାନ ପ୍ରଥମ ଥର ପାଇଁ ଅମିତାଭଙ୍କ ସହିତ ଫିଲ୍ମ ‘ଗୁଲାବୋ ସିତାବୋ’ରେ ସ୍କ୍ରିନ ସେୟାର କରିବେ ଆୟୁଷ୍ମାନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.