ଏଣିକି ମୋବାଇଲ ଆପ ସହାୟତାରେ ଘରେ ବସି ବି ପାଇପାରିବେ ଡିଜେଲ

ଦେଶର ଏକ ପ୍ରମୁଖ ପେଟ୍ରୋଲିୟମ କମ୍ପାନୀ ‘ଭାରତ ପେଟ୍ରୋଲିୟମ’ ସାଧାରଣ ଗ୍ରାହକ ମାନଙ୍କ ଏକ ନୂଆ ସୁବିଧା ଭେଟି ଦେଇଛନ୍ତି । ଏଣିକି ଘରେ ବସି ମୋବାଇଲ ଆପରେ ବୁକ କରି ଆପଣ ଡିଜେଲ ପାଇପାରିବେ । ଏହାକୁ ପ୍ରଥମେ ନୋଏଡାରେ ପରୀକ୍ଷା ମୂଳକ ଭାବେ ଆରମ୍ଭ କରାଯାଇଛି । ନୋଏଡା ସ୍ଥିତ ସେକ୍ଟର ୯୫ ସ୍ଥିତ ସହିଦ ରମେନ୍ଦ୍ର ପ୍ରତାପ ସିଂହ ପେଟ୍ରୋଲ ପମ୍ପରୁ ଏହାର ଶୁଭାରମ୍ଭ ହୋଇଛି । ଭାରତ ପେଟ୍ରୋଲିୟମ କର୍ପୋରେସନର ଏକ ବରିଷ୍ଠ କତ୍ତୃପକ୍ଷଙ୍କ ଅନୁଯାୟୀ, ଏହି ସର୍ଭିସ ଦ୍ୱାରା ହାଉସିଂ ସୋସାଇଟି, ମଲ,ହସ୍ପିଟାଲ, ବ୍ୟାଙ୍କ ଓ ବଡ ଟ୍ରାନ୍ସପୋର୍ଟ କମ୍ପାନୀ ମାନଙ୍କୁ ଏହି ସୁବିଧା ଯୋଗାଇ ଦିଆଯିବ । ଏହା ସହ ଛୋଟ ବ୍ୟବସାୟୀ ମାନେ ମଧ୍ୟ ଏହି ସୁବିଧାର ଲାଭ ଉଠାଇ ପାରିବେ । କମ୍ପାନୀ ଏହାକୁ ଆହୁରି ଉନ୍ନତ କରିବା ପାଇଁ  ‘Feel Now’ ନାମକ ଏକ ମୋବାଇଲ ଆପର ଆରମ୍ଭ ମଧ୍ୟ କରିଛନ୍ତି । ଏହା ଦ୍ୱାରା ଗ୍ରାହକ ମାନେ ନିଜ ଆବଶ୍ୟକତା ଅନୁଯାୟୀ ଡିଜେଲ ବୁକିଂ କରିପାରିବେ । ଏହି ଆପରେ ଦର୍ଜ ହୋଇଥିବା ଠିକଣା ମୁତାବକ ଡିଜେଲ ପହଂଚାଇ ଦିଆଯିବ ।

fill now app

ଏହା ସହ ପଢନ୍ତୁ: Reliance Jio ୟୁଜର୍ସଙ୍କ ପାଇଁ ଖୁସି ଖବର, ପୁଣି ଫେରିଲା ୧୪୯ ଏବଂ ୯୮ ପ୍ଲାନ୍‌

ଆଉ ମଧ୍ୟ କୁହାଯାଇଛିକି ଡିଜେଲ ଡେଲିଭରି ପାଇଁ ଯେଉଁ ବାହନର ବ୍ୟବହାର କରାଯିବ ତାହାର କ୍ଷମତା ୪,୦୦୦ ଲିଟର ରହିବା ନିହାତି ଜରୁରୀ । ଏହା ସହ ବାହନର ସୁରକ୍ଷା ପ୍ରତି ମଧ୍ୟ ଦୃଷ୍ଟି ଦିଆଯିବାକୁ ଏଥିପାଇଁ ବ୍ୟବହାର କରାଯିବ । କମ୍ପାନୀ ତରଫରୁ ଆହୁରି ମଧ୍ୟ କୁହାଯାଇଛିକି ଗ୍ରାହକ ମାନଙ୍କ ଭିତରେ ଫ୍ୟୁଏଲର ଗୁଣବତ୍ତା ଓ ଓଜନକୁ ନେଇ କୌଣସି ପ୍ରକାର ସନ୍ଦେହ ଯେପରି ରହିବ ନାହିଁ ସେ ନେଇ କମ୍ପାନୀ ତରଫରୁ ପୂରା ଦୃଷ୍ଟି ଦିଆଯିବ ।  କହି ରଖିବା ଉଚିତ କି ‘Feel Now’ ଦେଶର ପ୍ରଥମ ମୋବାଇଲ ଆପ ଯାହାଦ୍ୱାରା ଫୁଏଲ ଡେଲିଭରି କରାଯିବ । ଏହା ପୂର୍ବରୁ ସାଧାରଣ ଗ୍ରାହକ ମାନଙ୍କ ପାଇଁ ଏମିତି ସୁବିଧା ନ ଥିଲା । ଯଦିବା ଥିଲା ଏହା କେବଳ ମୋବାଇଲ ଟାୱାର, ଏଗ୍ରିକଲଚରାଲ ମାନୁଫାକଚରିଂ ୟୁନିଟ, ବୁଦ୍ଧ ଇଣ୍ଟରନେଶନାଲ ସର୍କିଟ ମାନଙ୍କ ପାଇଁ ହିଁ ଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.