ଜରୁରିକାଳୀନ ସ୍ଥିତିରେ ମିଳିବ ରକ୍ତ, ୨୪ ଘଣ୍ଟିଆ ୫ଟି କଲସେଣ୍ଟର ଆରମ୍ଭ କଲା ସମ୍ବଲପୁର ପୋଲିସର

ସମ୍ବଲପୁର (କେନ୍ୟୁଜ୍) : ରୋଗୀଙ୍କୁ ରକ୍ତ ଉପଲବ୍ଧ କରାଇବା ପାଇଁ ସମ୍ବଲପୁର ପୋଲିସର ନୂଆ ପଦକ୍ଷେପ । ପୋଲିସ ପକ୍ଷରୁ ୨୪ ଘଣ୍ଟିଆ ୫ଟି କଲସେଣ୍ଟର ଆରମ୍ଭ ହୋଇଛି । ୮୪୫୮୦୦୨୯୫୦ ଟୋଲ ଫ୍ରି ନମ୍ବର ଜାରି କରିଛି ପୋଲିସ । ଏହା ସହ ୧୦୦କୁ ମଧ୍ୟ କଲ୍‌ କଲେ ରକ୍ତ ଯୋଗାଇ ଦିଆଯିବ । ରିଜର୍ଭ ଇନ୍ସପେକ୍ଟରଙ୍କୁ ନୋଡାଲ ଅଫିସର ଭାବେ ନିଯୁକ୍ତି ଦିଆଯାଇଛି । ୪୮୦ ଜଣ ପୋଲିସ କର୍ମଚାରୀଙ୍କୁ ନେଇ ଏକ ଡାଟାବେସ୍‌ ପ୍ରସ୍ତୁତ କରାଯାଇଛି । ଏହି ୪୮୦ ଜଣ ପୋଲିସ କର୍ମଚାରୀଙ୍କ ବ୍ଲଡ ଗ୍ରୁପ୍‌, ଓ ଶେଷ ଥର ପାଇଁ ସେମାନେ କେବେ ବ୍ଲଡ ଦେଇଥିଲେ ତାହା ଡାଟାବେସ୍‌ରେ ରହିବ । ଏମାନେ ରୋଗୀଙ୍କୁ ଆବଶ୍ୟକ ହେଉଥିବା ରକ୍ତ ଦେବେ । ଏନେଇ ସମ୍ବଲପୁର ପକ୍ଷରୁ ଏକ ରକ୍ତଦାନ ଶିବିର କରାଯାଇଛି । ସମ୍ବଲପୁର ଏସ୍‌ପି କନଓ୍ଵର ବିଶାଲ ସିଂ ଏହାକୁ ଉଦ୍‌ଘାଟନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.