Below header

ଖୋର୍ଦ୍ଧା ବରୁଣେଇ ପାହାଡ଼ରେ ପାଇକ ବିଦ୍ରୋହ ସ୍ମାରକୀର ଶିଳାନ୍ୟାସ

ଖୋର୍ଦ୍ଧା (କେନ୍ୟୁଜ୍) : ଖୋର୍ଦ୍ଧା ବରୁଣେଇ ପାହାଡ଼ରେ ପାଇକ ବିଦ୍ରୋହ ସ୍ମାରକୀର ଶିଳାନ୍ୟାସ । ରାଷ୍ଟ୍ରପତି ରାମନାଥ କୋବିନ୍ଦ କାର୍ଯ୍ୟକ୍ରମରେ ଯୋଗଦେଇ ଶିଳାନ୍ୟାସ କରିଛନ୍ତି। ଜୟ ଜଗନ୍ନାଥ କହି ଓଡ଼ିଆରେ ଅଭିଭାଷଣ ଆରମ୍ଭ କରିଥିଲେ ରାଷ୍ଟ୍ରପତି। ସଂଗ୍ରାମୀ ପାଇକଙ୍କ ବୀରତ୍ୱକୁ ମନେପକାଇ ଏହି ସ୍ମାରକୀ ପରବର୍ତ୍ତୀ ପିଢ଼ି ପାଇଁ ପ୍ରେରଣାର ଉତ୍ସ ସାଜିବ ବୋଲି ସେ କହିଛନ୍ତି। ଆଗାମୀ ଦିନରେ ଏହା ତୀର୍ଥସ୍ଥଳର ମାନ୍ୟତା ପାଇବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ପାଇକ ବିଦ୍ରୋହ ସ୍ମାରକୀ ବିଶ୍ୱକୁ ପାଇକ ସଂସ୍କୃତି ସହ ପରିଚିତ କରାଇବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଲେ ରାଷ୍ଟ୍ରପତି କୋବିନ୍ଦ।

ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଇକ ବିଦ୍ରୋହ ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି କହିଛନ୍ତି। ଆଜି ଓଡ଼ିଶାବାସୀଙ୍କ ପାଇଁ ଆନନ୍ଦର ଦିନ। ସଂସ୍କୃତି ବିଭାଗ ଓ ପେଟ୍ରୋଲିୟମ ବିଭାଗ ମିଳିତ ଭାବେ ଏଥିରେ ସହଯୋଗ କରିଥିବାରୁ ସେ ଖୁସି ପ୍ରକାଶ କରିଛନ୍ତି। ପାଇକ ସ୍ମାରକୀ ନିର୍ମାଣ ପାଇଁ ରାଜ୍ୟ ସରକାର ଜମି ଯୋଗାଇଛନ୍ତି। ଅନ୍ୟ ସବୁ ଭିତ୍ତିଭୂମି ସୁବିଧା ମଧ୍ୟ ଯୋଗାଇ ଦେବେ। ଏହି ସଂଗ୍ରାମକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ସେ ଦାବି ଜଣାଇଛନ୍ତି।

ସେହିପରି ବକ୍ସି ଜଗବନ୍ଧୁଙ୍କ ନାମରେ ସ୍ୱତନ୍ତ୍ର EXPRESS TRAIN ଟ୍ରେନ୍‌ ଚଳାଇବା ମଧ୍ୟ ସେ ଦାବି କରିଛନ୍ତି। ରାଷ୍ଟ୍ରପତି ଏହି ଦାବି ପ୍ରତି ବିଚାର କରିବେ ବୋଲି ଆଶା ରଖିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ପାଇକ ବିଦ୍ରୋହ ଥିଲା ବ୍ରିଟିଶ ବିରୋଧରେ ଏକ ଗଣ ଆନ୍ଦୋଳନ। ସାରା ଓଡ଼ିଶା ଏଥିରେ ସାମିଲ ହୋଇଥିଲା। ଏହି ଅବସରରେ ପାଇକ ବିର୍ଦୋହର ମହାନାୟକ ବକ୍ସି ଜଗବନ୍ଧୁ ଓ ଅନ୍ୟ ପାଇକ ବୀରମାନଙ୍କ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଥିବା ନବୀନ କହିଛନ୍ତି। କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌, ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ତ୍ର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ ମଧ୍ୟ ଉପସ୍ଥିତ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.