ଘରେ ପଶି ବିବାହିତା ମହିଳାଙ୍କୁ ଗଳାକାଟି ହତ୍ୟା ଘଟଣାର ଫର୍ଦ୍ଦାଫାସ କରିଛି ଗଞ୍ଜାମ ପୋଲିସ, ଅଭିଯୁକ୍ତ ଗିରଫ

ଗଞ୍ଜାମ (କେନ୍ୟୁଜ୍) : ଘରେ ପଶି ବିବାହିତା ମହିଳାଙ୍କୁ ଗଳାକାଟି ହତ୍ୟା ଘଟଣାର ଫର୍ଦ୍ଦାଫାସ କରିଛି ଗଞ୍ଜାମ ପୋଲିସ । ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ଶିବରାମ ସେଠୀଙ୍କୁ ପୋଲିସ ଗିରଫ କରିଛି । ଟଙ୍କା ନେଣ ଦେଣକୁ କେନ୍ଦ୍ର କରି ହତ୍ୟା କାଣ୍ଡ ହୋଇଥିବା ଜଣାପଡିଛି । କବିତାଙ୍କୁ ହତ୍ୟା କରିଥିବା ନେଇ ପୋଲିସ ଆଗରେ ସ୍ୱୀକାର କରିଛି ଶିବରାମ । ଏନେଇ ଗଞ୍ଜାମ ଏସ୍‌ପି ବ୍ରିଜେଶ ରାଏ ଆସିକା ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଗତ ନଭେମ୍ବର ୨୭ରେ ବରଗଡ଼ ଶିବରାମ ବାରସିଙ୍ଗି ଗାଁର କବିତା ସେଠୀଙ୍କ ଘରେ ପଶି ଏକ ବ୍ଳେଡରେ ତାଙ୍କ ଗଳାକାଟି ହତ୍ୟା କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.