Below header

ଅଜବ ଫାଇନ, ହେଲମେଟ ପିନ୍ଧିନଥିବାରୁ ହାଇୱା ଚାଳକଙ୍କୁ ଫାଇନ

ବରଗଡ଼ (କେନ୍ୟୁଜ୍) : ହେଲମେଟ ପିନ୍ଧିନଥିବାରୁ ହାଇୱା ଚାଳକଙ୍କୁ ଫାଇନ । ବରଗଡ଼ ପଦ୍ମପୁର ପୋଲିସ ପକ୍ଷରୁ ଏଭଳି ଅଜବ ଧରଣର ଚାଲାଣ କଟାଯାଇଥିବା ଦେଖିବାକୁ ମିଳିଛି । ମହୁଲପାଲି ଛକରେ ଗତ ୨ ତାରିଖରେ ପଦ୍ମପୁର ପୋଲିସ ପକ୍ଷରୁ ଚେକିଂ କରାଯାଉଥିଲା । ପଦ୍ମପୁର ଅଞ୍ଚଳରେ ବିଜୁ ଏକ୍‌ସପ୍ରେସ ୱେ କାର୍ଯ୍ୟରେ ନିୟୋଜିତ ଥିବା ସିଦ୍ଧିବିନାୟକ ଇନଫ୍ରାଷ୍ଟ୍ରକଚର ହାଇୱାର ଡ୍ରାଇଭର ହେମନ୍ତ ମହାନନ୍ଦ ସିଟବେଲ୍ଟ ପିନ୍ଧି ନଥିବାରୁ ତାଙ୍କୁ ପୋଲିସ ଅଟକାଇଥିଲା । ପରେ ତାଙ୍କ ଠାରୁ ହେଲମେଟ ଓ ସିଟବେଲ୍ଟ ପିନ୍ଧି ନଥିବା କାରଣରୁ ହଜାର ଟଙ୍କା ଲେଖାଏଁ ଦୁଇ ହଜାର ଟଙ୍କାର ଚାଲାଣ କାଟିଥିଲା ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.