ଇମରାନଙ୍କ ମୃତ୍ୟୁ ପରେ ଭାଙ୍ଗି ପଡିଲେ ପୁଅ ବାବିଲ୍‌, ଲେଖିଲେ ଭାବବିହ୍ଵଳ ପୋଷ୍ଟ

ବଲିଉଡର ପ୍ରସିଦ୍ଧ ତଥା ଜଣାଶୁଣା ଅଭିନେତା ଇରଫାନ ଖାନଙ୍କ ପରଲୋକ ଗତ ବୁଧବାର ଦିନ ହୋଇଛି। ତାଙ୍କ ମୃତ୍ୟୁରେ ସଂପୂର୍ଣ୍ଣ ବଲିଉଡ ସ୍ତବ୍ଧ ହୋଇଯାଇଛି। ୨୦୧୮ରୁ ନ୍ୟୁରୋଇଣ୍ଡୋକ୍ରାଇନ ନ୍ୟୁମରରେ ପୀଡିତ ଥିଲେ। ଏହି ରୋଗରୁ ମଧ୍ୟ ଧୀରେ ଧୀରେ ସୁସ୍ଥ ହୋଇଆସୁଥିଲେ ଇରଫାନ। ଇରଫାନଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ସୁତାପା ଏବଂ ପୁଅ ବାବିଲ ଏବଂ ଆୟାନ ଏକା ହୋଇଯାଇଛି। ଇରଫାନଙ୍କ ମୃତ୍ୟୁ ପରେ ପୁଅ ବାବିଲ ସୋସିଆଲ ମିଡିଆରେ ଏକ ଭାବବିହ୍ଵଳ ପୋଷ୍ଟ କରିଛନ୍ତି।

babil

ବାବିଲ ଇନଷ୍ଟାଗ୍ରାମରେ ଲେଖିଛନ୍ତି, ‘ ଆପଣଙ୍କ ସାଙ୍ଗ ମାନଙ୍କ ତରଫରୁ ଯେଉଁ ସାନ୍ତ୍ୱାନା ମିଳୁଛି , ସେଥିପାଇଁ ମୁଁ ସମସ୍ତଙ୍କ ପାଖରେ କୃତଜ୍ଞ। କିନ୍ତୁ ମୁଁ ଏହି ସମୟରେ ସେମାନଙ୍କୁ କିଛି ଉତ୍ତର ଦେଇପାରୁନାହିଁ, ସେମାନେ ମଧ୍ୟ ମୋ ଅବସ୍ଥା ବିଷୟରେ ବୁଝିପାରୁଥିବେ। ମୁଁ ସମସ୍ତଙ୍କ ମେସେଜର ଉତ୍ତର ଦେବି କିନ୍ତୁ ପରେ। ଧନ୍ୟବାଦ, ଆଇ ଲଭ ୟୁ ’।

ଲକଡାଉନ ଯୋଗୁଁ ଇରଫାନଙ୍କ ମୃତ୍ୟୁ ପରେ କେବଳ କିଛି ଅନ୍ତରଙ୍ଗ ଲୋକ ହିଁ ସାମିଲ ହୋଇପାରିଥିଲେ। ତାଙ୍କର ପ୍ରଶଂସକ ଏବଂ ସାଥି କେବଳ ସୋସିଆଲ ମିଡିଆରେ ସାନ୍ତ୍ୱନା ଜଣାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.