ଭୂମି ପେଡନେକରଙ୍କ ଫିଲ୍ମ ‘ଦୁର୍ଗାବତୀ’ର ବଦଳାଗଲା ନାମ, ଏହିଦିନ OTT ପ୍ଲାଟଫର୍ମରେ ହେବ ରିଲିଜ

ବଲିଉଡ ଅଭିନେତ୍ରୀ ଭୁମି ପେଡନେକରଙ୍କ ଆଗାମୀ ଚଳଚ୍ଚିତ୍ର ‘ଦୁର୍ଗାବତୀ’ର ନାମ’ ଦୁର୍ଗାମତି’ ରଖାଯାଇଛି । ଏହି ଚଳଚ୍ଚିତ୍ରଟି ଅନେକ ସମୟ ହେଲା ଚର୍ଚ୍ଚାରେ ରହିଆସିଛି ଏବଂ ଏହା ତେଲୁଗୁ ସୁପରହିଟ୍ ଫିଲ୍ମ ‘ଭାଗମତୀ’ର ହିନ୍ଦୀ ରିମେକ୍ ଅଟେ ।

 

View this post on Instagram

 

A post shared by Bhumi 🌻 (@bhumipednekar)


ଭୁମି ପେଡନେକର ସୋସିଆଲ ମିଡିଆରେ ପରିବର୍ତ୍ତିତ ନାମ ସହିତ ତାଙ୍କ ଫିଲ୍ମର ପୋଷ୍ଟର ସେୟାର କରିଛନ୍ତି । ଅଭିନେତ୍ରୀ ପୋଷ୍ଟର ସେୟାର କରି ଲେଖିଛନ୍ତି, ‘ଆସୁଛି..ଦୁର୍ଗାମତି’। କରୋନା ଯୋଗୁଁ ଥିଏଟର ବଦଳରେ OTT ପ୍ଲାଟଫର୍ମରେ ଏହି ଫିଲ୍ମ ମୁକ୍ତିଲାଭ କରିବ । ଏହି ଭୟାନକ-ଥ୍ରୀଲର ଫିଲ୍ମ ଡିସେମ୍ବର 11 ରେ ଆମାଜନ ପ୍ରାଇମରେ ମୁକ୍ତିଲାଭ କରିବ । ଅରିଜିନାଲ ତେଲୁଗୁ ଚଳଚ୍ଚିତ୍ରରେ ଅନୁଷ୍କା ଶେଟ୍ଟୀ ମୁଖ୍ୟ ଭୂମିକାରେ ଥିଲେ । ଏଥିରେ ସେ ଜଣେ ଆଇଏଏସ୍ ଅଧିକାରୀଙ୍କ ଚରିତ୍ରରେ ଅଭିନୟ କରିଥିଲେ ଯାହାଙ୍କ ମଧ୍ୟରେ ଜଣେ ରାଣୀଙ୍କ ଆତ୍ମା ​​ପ୍ରବେଶ ହେଉଥିଲା । ଏହାପୂର୍ବରୁ ମଧ୍ୟ ଭୁମି ପେଡନେକର ଏହି ଫିଲ୍ମର ଏକ ପୋଷ୍ଟର ରିଲିଜ କରିଥିଲେ ଯେଉଁଥିରେ ଫିଲ୍ମର ନାମ ‘ଦୁର୍ଗାବତୀ’ ବୋଲି ଲେଖାଯାଇଥିଲା।

ଭୁମି ପେଡନେକରଙ୍କ ବ୍ୟତୀତ ଅର୍ଶଦ ୱାର୍ସି, ମାହି ଗିଲ, ଜିଶୁ ସେନଗୁପ୍ତା ଏବଂ କରଣ କାପାଡିଆ ମଧ୍ୟ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ଏହି ଚଳଚ୍ଚିତ୍ରଟି ଅକ୍ଷୟ କୁମାର ଏବଂ ଭୂଷଣ କୁମାରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.