Below header

‘ହୁନରବାଜ’ ଦେଶ କି ଶାନ୍‌ ଟ୍ରଫି ଜିତିଲେ ବିହାରର ଆକାଶ ସିଂ, ଏବେ ପୁରସ୍କାର ଟଙ୍କାରେ ବାପା ମା’ଙ୍କ ପାଇଁ ତିଆରି କରିବେ ଘର

କଲର୍ସ ଚ୍ୟାନେଲରେ ପ୍ରସାରିତ ଟ୍ୟାଲେଣ୍ଟ ଶୋ ହୁନରବାଜ ଟାଇଟଲ ଜିତିଛନ୍ତି ବିହାରର ଆକାଶ ସିଂ। ବିହାରରେ ରହୁଥିବା ଆକାଶ ସିଂ ଦେଶ କି ଶାନ ଟ୍ରଫି ନିଜ ନାମରେ କରିଛନ୍ତି। ଆକାଶଙକୁ ୧୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିଛି। ମୁମ୍ବାଇର ନାଲା ସୋପାରର ଡ୍ୟାନ୍ସ ଗ୍ରୁପ ୟୋ ହାଇନେସ ରନରଅପ୍‌ ସହିତ ୫ ଲକ୍ଷ ଟଙ୍କା ପୁରସ୍କାର ମିଳିଥିଲା। ଆକାଶ ଅନ୍ୟ ବାକି ପ୍ରତିଯୋଗୀଙ୍କୁ ପଛରେ ପକାଇଥିଲେ ଆକାଶ। ଫାଇନାଲରେ ଆକାଶଙ୍କ ପରଫର୍ମମାନ୍ସ ବେଶ୍‌ ଆକର୍ଷଣୀୟ ରହିଥିଲା।

ଶୋର ବିଜେତା ହେବା ପରେ ଆକାଶ ବେଶ୍‌ ଉତ୍ସାହିତ ରହିଛନ୍ତି। ଶୋ’ର ପ୍ରଥମ ଦିନରୁ ହିଁ ଆକାଶ ନିଜର ଟ୍ୟାଲେଣ୍ଟର ପରିଚୟ ଦେଇ ସାରିଥିଲେ । ଆକାଶଙ୍କ ପ୍ରଦର୍ଶନ ଓ ସଂଘର୍ଷମୟ କାହାଣୀ ଦେଖି ଅଭିନେତ୍ରୀ ପରିଣୀତି ଚୋପ୍ରା ଭାବୁକ ହୋଇଯାଇଥିଲେ । ନିଜର ଇମାନଦାରୀ ଓ କଠିନ ପରିଶ୍ରମ ବଳରେ ଆକାଶ ଏହି ଟ୍ରଫି ଜିତିବା ସହ ସମସ୍ତଙ୍କର ହୃଦୟ ଜିତି ନେଇଥିଲେ ।

ହୁନରବାଜ ଟ୍ରଫି ଜିତିବା ଆକାଶଙ୍କ ପାଇଁ କୌଣସି ସ୍ୱପ୍ନ ପୂରଣ ଠାରୁ କମ୍ ନୁହେଁ । ମାତ୍ର ଦେଢ ହଜାର ଟଙ୍କା ନେଇ ମୁମ୍ବାଇ ଆସିଥିଲେ ନିଜର ସ୍ୱପ୍ନ ପୂରଣ କରିବା ପାଇଁ। କିନ୍ତୁ ଏଠାରେ ତାଙ୍କୁ ହାରର ସାମ୍ନା କରିବାକୁ ପଡିଥିଲା। ଖବରକାଗଜ ବାଣ୍ଟିବା ଠାରୁ ଆରମ୍ଭ କରି କ୍ଷୀର ବିକିବା ପର୍ଯ୍ୟନ୍ତ କାମ କରିଛି। ତେଣୁ ମୁଁ ଶବ୍ଦରେ ନିଜର ଫିଲିଙ୍ଗସକୁ ବର୍ଣ୍ଣନା କରିପାରୁ ନାହିଁ । ଏକ ବଡ଼ ସ୍ୱପ୍ନ ଦେଖି ଏହି ଶୋ’ରେ ମୁଁ ମୋର ଯାତ୍ରା ଆରମ୍ଭ କରିଥିଲି । ବର୍ତ୍ତମାନ ଟ୍ରଫି ଜିତିବା ପରେ ମୋତେ ଏପରି ଅନୁଭବ ହେଉଛି ଯେମିତି ମୁଁ ଏ ଦୁନିଆର ସବୁ ଖୁସି ପାଇଯାଇଛି । ଏଥିପାଇଁ ମୋର ସମସ୍ତ ଜଜେସ୍, ମୋର ପରିବାରବର୍ଗ ଓ ବନ୍ଧୁମାନଙ୍କୁ ଅନ୍ତରରୁ ଧନ୍ୟବାଦ ଅର୍ପଣ କରୁଛି ।

ସିକ୍ୟୁରିଟି ଗାର୍ଡ କାମ କରିସାରିଛନ୍ତି ଆକାଶ। ଗାଁରେ ଆକାଶଙ୍କର ଘର ନାହିଁ। ତେଣୁ ବିଜେତା ଭାବେ ପାଇଥିବା ଅର୍ଥରାଶିକୁ ଗାଁରେ ବାପା ମାଙ୍କ ପାଇଁ ଘର ତିଆରି କରିଛି। ଆଉ ଏସବୁ ପାଇଁ କରଣ ଜୋହର, ମିଥୁନ ଚକ୍ରବର୍ତ୍ତୀ ଏବଂ ପରିଣୀତି ଚୋପ୍ରାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.