ଡିଜେଲ ଦର ବୃଦ୍ଧି ପରେ ବଢ଼ିଲା ବସ ଭଡା: ଜାଣିନିଅନ୍ତୁ କିଲୋମିଟର ପିଛା କେତେ ଦେବେ ଆପଣ

କଟକ(କେନ୍ୟୁଜ୍):  ପୁଣି ବଢ଼ିଲା ବସ ଭଡା। ଡିଜେଲ ଦର ବୃଦ୍ଧି ପରେ ବଢ଼ିଲା ବସ ଭଡା। ଅଟୋମେଟିକ ମେକାନିଯିମ ମାଧ୍ୟମରେ ବଢ଼ିଲା ବସ ଭଡା। ଆଜିଠାରୁ ଲାଗୁ ହେବ ନୂଆ ଦର।  ସାଧାରଣ ଓ ଏକ୍ସପ୍ରେସରେ କିଲୋମିଟର ପିଛା ୨ ପଇସା ବଢ଼ିଲା। ଡିଲକ୍ସ ଓ ଏସି ଡିଲକ୍ସ ବସରେ ଭଡା କିଲୋମିଟର ପିଛା ୪ ପଇସା ବଢ଼ିଲା।ସୁପର ପ୍ରିମିୟମ ଭଡା କିଲୋମିଟର ପିଛା ୬ ପଇସା ବଢ଼ିଲା। ଏନେଇ ଘରୋଇ ବସ ମାଲିକ ସଙ୍ଘ ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ ସୂଚନା ଦେଇଛନ୍ତି।

ସାଧାରଣ ବସଭଡା ଥିଲା ୯୦ ପଇସା ହେଲା ୯୨ ପଇସା। ଏକ୍ସପ୍ରେସ ବସଭଡା ଥିଲା ୯୪ ପଇସା ହେଲା ୯୬ ପଇସା। ଡିଲକ୍ସ ବସଭଡା ଥିଲା ୧ ଟଙ୍କା ୩୧ ପଇସା ହେଲା ୧ ଟଙ୍କା ୩୫ ପଇସା। ଏସି ଡିଲକ୍ସ ବସଭଡା ଥିଲା ୧ ଟଙ୍କା ୫୯ ପଇସା ହେଲା ୧ ଟଙ୍କା ୬୩ ପଇସା। ସୁପର ପ୍ରିମିୟମ ବସଭଡା ଥିଲା ୨ ଟଙ୍କା ୪୭ ପଇସା ହେଲା ୨ ଟଙ୍କା ୫୩ ପଇସା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.