Below header

ମୁମ୍ବାଇର ଗୋଟିଏ ଫ୍ଲାଟ ସହ ସମାନ ଶାହାରୁଖଙ୍କ ହାତ ଘଣ୍ଟା, ଦାମ ଜାଣିଲେ ଉଡିଯିବ ହୋସ୍‌

ନୂଆଦିଲ୍ଲୀ : କଳାକାରଙ୍କ ଜୀବନ ସୌଖୀନ ହୋଇଥାଏ । ସୁପରଷ୍ଟାର ଶାହାରୁଖ ଖାନ ବା ସେଥିରୁ ବାଦ ଯିବେ କିପରି । ଏକ ପରିସଂଖ୍ୟାନ ଅନୁଯାୟୀ ଶାହାରୁଖ ଖାନଙ୍କ ସମ୍ପତ୍ତିର ମୂଲ୍ୟ ୭୭୦ ମିଲିୟନ ଡଲାର । ଶାହାରୁଖ ଯେପରି ଧନୀ ତାଙ୍କର ସଉକ ମଧ୍ୟ ସେପରି ମହଙ୍ଗା । ଶାହାରୁଖ ଖାନ ନିକଟରେ ଫିଲ୍ମ ପଠାନର ଏକ କାର୍ଯ୍ୟକ୍ରମ ଅବସରରେ ଦେଖିବାକୁ ମିଳିଥିଲେ ।

ତାଙ୍କ ହାତରେ ସେତେବେଳେ ଏକ ବ୍ଲୁ ରଂଗର ଘଣ୍ଟା ଦେଖିବାକୁ ମିଳିଥିଲା । ଦୀପିକା ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥିଲେ । ଶାହାରୁଖଙ୍କ ଏହି ଘଣ୍ଟା ସମସ୍ତଙ୍କର ଧ୍ୟାନ ଆକର୍ଷଣ କରିଥିଲା । ଏହାର କାରଣ ଥିଲା ଘଣ୍ଟାର ଦାମ୍‌ ।

ଜଣେ ୟୁଜର୍ସ ଯେବେ ଏହି ଘଣ୍ଟାର ଦାମ ପଚାରିଲେ ତ ଏହା ଆୟେମର୍ସ ପିଗୁଏଟ କମ୍ପାନୀର ଘଣ୍ଟା ବୋଲି ଜଣାପଡିଥିଲା । ଯାହାର ମୂଲ୍ୟ ୪.୯୮ କୋଟି ଟଙ୍କା । ଘଡିର ଦାମ ଜାଣିଲା ପରେ କିଛି ୟୁଜର୍ସ ଲେଖିଥିଲେ ଏହି ଦାମରେ ତ ମୁମ୍ବାଇରେ ଏକ ଫ୍ଲାଟ କିଣିହେବ । ମୁମ୍ବାଇରେ ଶାହାରୁଖଙ୍କର ଏକ ଆଲିଶାନ ବଂଗଳା ‘ମନତ୍‌ ’ ରହିଛି । ଏହାଛଡ଼ା ଦିଲ୍ଲୀରେ ମଧ୍ୟ ତାଙ୍କର ଏକ ଫ୍ଲାଟ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.