ପ୍ରେମୀ ଯୋଡିଙ୍କ ପାଇଁ ବଡ କାମ କରୁଛି Chat GPT, ମିନିଟରେ ଲେଖୁଛି ଲଭ୍‌ ଲେଟର

ଭାରତୀୟ ChatGPT ଦ୍ୱାରା ଲଭ୍‌ ଲେଟର ଲେଖୁଛନ୍ତି । ଭାରତୀୟ ଲଭ୍‌ ଲେଟର ଲେଖିବାରେ ଆଦୌ ବି ପରିଶ୍ରମ କରୁନାହାଁନ୍ତି, ବରଂ ତାଙ୍କ କାମ କରୁଛି ଚାଟଜିପିଟି ।

କୁହାଯାଏ ଯେ ଟେକ୍ନୋଲୋଜୀ ବ୍ୟବହାର କରିବା ମାମଲାରେ ୟୁରୋପିଆନ ଏବଂ ଆମେରିକାନ୍‌ ମାନେ ଆଗରେ ରୁହନ୍ତି । କିନ୍ତୁ ଏବେ ସ୍ଥିତି ବଦଳିଗଲାଣି । ଟେକ୍ନୋଲୋଜିର ବ୍ୟବହାରରେ ଭାରତୀୟ ସବୁଠାରୁ ଆଗକୁ ଆସିଗଲେଣି । ଆଉ ସେମିତି ବି ଯଦି ଟେକ୍ନୋଲୋଜି ପ୍ରେମ ଖୋଜିଦେବାରେ ସାହାଯ୍ୟ କରିବ ତାହେଲେ ଭାରତୀୟ ସେହି ଟେକ୍ନୋଲୋଜିକୁ ସବୁଠୁ ପ୍ରଥମେ ସିଖିଯିବେ । କିଛି ଏମିତି ହିଁ ChatGPT  ମାମଲାରେ ଦେଖାଯାଉଛି । ଆଜିର ସମୟରେ ଭାରତୀୟ ChatGPT ଦ୍ୱାରା ଲଭ୍‌ ଲେଟର ଲେଖୁଛନ୍ତି । ଭାରତୀୟ ଲଭ୍‌ ଲେଟର ଲେଖିବାରେ ଆଦୌ ବି ପରିଶ୍ରମ କରୁନାହାଁନ୍ତି, ବରଂ ତାଙ୍କ କାମ କରୁଛି ଚାଟଜିପିଟି ।

Chat GPT ଲେଖୁଛି ଲଭ୍‌ ଲେଟର

ଯଦି ଚାଟଜିପିଟି ବିଷୟରେ କହିବା ତ ତାହେଲେ ଗତ କିଛି ଦିନରେ ଚାଟଜିପିଟିର ଖୁବ୍‌ ଚର୍ଚ୍ଚା ହେଉଛି । କିନ୍ତୁ ଏହି ମାମଲାରେ ଭାରତୀୟ ସବୁଠାରୁ ଆଗରେ ଅଛନ୍ତି । ଭାଲେଣ୍ଟାଇନ୍‌ ଡେ ଓ୍ଵିକ ବା ପ୍ରେମ ସପ୍ତାହରେ ଭାରତୀୟ ଟେକ୍ନୋଲୋଜି ସାହାଯ୍ୟରେ ସବୁଠାରୁ ଅଧିକ ଲଭ୍‌ ଲେଟର ଲେଖୁଛନ୍ତି । ଏହାର ଖୁଲାସା McAfeeର ମର୍ଡନ୍‌ ଲଭ୍‌ ରିସର୍ଚ୍ଚ ରିପୋର୍ଟରୁ ହୋଇଛି ।

ରିପୋର୍ଟ ମୁତାବକ ୬୨ ପ୍ରତିଶତ ଇଣ୍ଡିଆନ୍‌ ଆଡଲ୍ଟ ଏହି ଭାଲେଣ୍ଟାଇନ୍‌ ଡେରେ ନିଜର ଲଭ୍‌ ଲେଟରକୁ ଲେଖିବା ପାଇଁ AI ବ୍ୟବହାର କରିବେ, ଯାହା ବାକି ଦେଶ ତୁଳନାରେ ବହୁତ ଅଧିକ । ସର୍ଭେ ରିପୋର୍ଟ ମୁତାବକ ୭୩ ପ୍ରତିଶତ ଲୋକ ନିଜର ଡେଟିଙ୍ଗ୍‌ ପ୍ରୋଫାଇଲରେ AIର ବ୍ୟବହାର କରୁଛନ୍ତି ।

ସର୍ଭେରେ ପ୍ରଶ୍ନ କରାଗଲା ଯେ ଲଭ୍‌ ଲେଟର ଲେଖିବା ପାଇଁ AI ବେସଡ୍‌ ଚାଟଜିପିଟି ଭଳି ଟୁଲର ବ୍ୟବହାର କାହିଁକି ବଢ଼ୁଛି । ତେବେ ଏଥିରେ ଉତ୍ତର ଥିଲା ଏହି ଟୁଲ ଦ୍ୱାରା ଲଭ୍‌ ଲେଟର ଲେଖିବାର କନଫିଡେନ୍ସ ବିଲ୍ଡ ହୋଇଥାଏ । ସେହିଭଳି ୩୨ ପ୍ରତିଶତ ଲୋକଙ୍କର ଧାରଣା ଯେ ଲଭ୍‌ ଲେଟର ଲେଖିବାରେ ଅଧିକ ସମୟ ଲାଗିନଥାଏ । ସେହିପରି ୨୬ ପ୍ରତିଶତ ଲୋକଙ୍କର ଧାରଣା କ୍ରିଏଟିଭିଟୀ ତରିକାରେ ଲଭ୍‌ ଲେଟର ଲେଖାଯାଇପାରିବ । ଯଦିଓ ସର୍ଭେରେ ଭାରତୀୟଙ୍କୁ ପ୍ରଶ୍ନ କରାଗଲା ଯେ ଯଦି ଜଣାପଡିଲା ଯେ ଲଭ୍‌ ଲେଟର AI ମେସିନ ଟୁଲ୍‌ ଲେଖିଛି, ତାହେଲେ ୫୭ ପ୍ରତିଶତ ଉତ୍ତରରେ ଦେଲେ ଖରାପ ଲାଗିବ ଯଦି ଜଣାପଡିବ ଲଭ୍‌ ଲେଟର ଏଆଇ ମେସିନ୍‌ ଲେଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.