ମସ୍ତକରେ ଅଛି ବିଶ୍ୱ ସୁନ୍ଦରୀ ମୁକୁଟ, କିନ୍ତୁ ଚଟାଣରେ ବସି ମା’ଙ୍କ ସହ ଭୋଜନ କରୁଛନ୍ତି ନୀଳନୟନା

ବଲିଉଡ଼ ଆକ୍ଟ୍ରେସ ଐଶ୍ୱରୀୟା ରାୟ ସୋସିଆଲ ମିଡିଆରେ ସେତେଟା ସକ୍ରିୟ ରହୁନଥିଲେ ମଧ୍ୟ ତାଙ୍କ ଫ୍ୟାନ୍ସ ମାନେ କିନ୍ତୁ ଅଧିକାଂଶ ସମୟରେ ତାଙ୍କ ଫଟୋ ଓ ଭିଡିଓ ଆଦିକୁ ସେୟାର କରିଥାନ୍ତି । ଫ୍ୟାନ୍ସ ମାନଙ୍କ ଭିତରେ ନୀଳ ନୟନା ଭାବେ ପରିଚିତ ଐଶ୍ୱରୀୟା ୧୯୯୪ ମସିହାରେ ବିଶ୍ୱ ସୁନ୍ଦରୀ ଟାଇଟଲ ଜିତିଥିଲେ । ନିକଟରେ ହିଁ ଏହା ସହ ଜଡିତ ଏକ ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରଲ ହୋଇଥିବା ବେଳେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ କରିଛି । ସୌନ୍ଦର୍ଯ୍ୟରେ ବିଶ୍ୱ ବିଜୟୀ ହେବା ପରେ ମଧ୍ୟ ସେ ନିଜ ଅତି ସାଧାରଣ ଜୀବନ ଶୈଳୀର ପରିଚୟ ଦେଇଛନ୍ତି ।

aiswariya

ଭାଇରଲ ହେଉଥିବା ଫଟୋଟିରେ ଐଶ୍ୱରୀୟାଙ୍କ ମସ୍ତକରେ ବିଶ୍ୱ ସୁନ୍ଦରୀ ମୁକୁଟ ଶୋଭା ପାଉଥିବା ବେଳେ ସେ  ଭୂମିରେ ବସି ମା’ଙ୍କ ସହ ଭୋଜନ କରୁଥିବାର ନଜର ଆସିଛନ୍ତି । ଫଟୋ ଟିରେ ତାଙ୍କ ଅନ୍ଦାଜକୁ ନେଇ ଫ୍ୟାନ୍ସ ମାନେ ବି ତାଙ୍କୁ ଖୁବ ପ୍ରଶଂସା  କରିଛନ୍ତି । ଏହି ସମୟରେ ସେ ସମ୍ପୂର୍ଣ୍ଣ ରୂପେ ପାରମ୍ପରିକ ଭାରତୀୟ ପରିଧାନରେ ହିଁ ନଜର ଆସିଛନ୍ତି । ଗୋଲାପୀ ରଙ୍ଗର ଏକ ଶାଢ଼ୀ ପିନ୍ଧିଥିବା ବେଳେ, ହାତରେ କଙ୍ଗନ, ମଥାରେ ବିନ୍ଦି, କାନରେ ଝୁମୁକା ପିନ୍ଧିଥିବା ନଜର ଆସିଛନ୍ତି ନୀଳ ନୟନା । ଏସମୟରେ ନିଜ ମା’ ବୃନ୍ଦା ରାୟଙ୍କ ସହ ବସି ଖାଉଛନ୍ତି ଐଶ୍ୱରୀୟା । ଏହା ପୂର୍ବରୁ ଐଶ୍ୱରୀୟା ସୋସିଆଲ ମିଡିଆରେ ଝିଅ ଆରାଧ୍ୟା କରିଥିବା ଏକ ପେଣ୍ଟିଙ୍ଗ ସେୟାର କରିବା ସହ କରୋନା ଭାଇରସକୁ ଧନ୍ୟବାଦ ଜଣାଇଥିଲେ ।

କହିରଖିବା ଉଚିତ ହେବକି ଶେଷ ଥର ପାଇଁ ଐଶ୍ୱରୀୟା ଫିଲ୍ମ “ଫନେ ଖାନ”ରେ ନଜର ଆସିଥିଲେ । ତାଙ୍କ ସହ ଅନିଲ କପୁର ଓ ରାଜ କୁମାର ରାଓ ମଧ୍ୟ ମୁଖ୍ୟ ଭୂମିକା ନିଭେଇଥିଲେ । ଖୁବ ଶୀଘ୍ର “ଗୁଲାମ ଯାମୁନ”ରେ ନଜର ଆସିବେ ବୋଲି ଜଣାଯାଇଛି । ଖାସ କଥା ହେଉଛି ଏହି ସିନେମାରେ ତାଙ୍କ ସହ ସ୍ୱାମୀ ଅଭିଷେକ ବଚ୍ଚନ ମଧ୍ୟ ମୁଖ୍ୟ ଭୂମିକା ତୁଲାଇବେ । ଏହାର ନିର୍ମାଣ ଦାୟିତ୍ୱରେ ଅଛନ୍ତି ବଲିଉଡର ପ୍ରଖ୍ୟାତ ନିର୍ଦ୍ଦେଶକ ଅନୁରାଗ କଶ୍ୟପ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.