Below header

ରାଜ୍ୟରେ ସପ୍ତମ କରୋନା ମୃତ୍ୟୁ, ମୃତକ ଜଣଙ୍କ ଗଞ୍ଜାମ ଜିଲ୍ଲାର

ଭୁବନେଶ୍ବର : ରାଜ୍ୟରେ ପୁଣି ଜଣେ କରୋନା ସଂକ୍ରମିତଙ୍କ ମୃତ୍ୟୁ। ମୃତକ ଜଣଙ୍କ ଗଞ୍ଜାମ ଜିଲ୍ଲାର ୮୫ ବର୍ଷୀୟ ବୃଦ୍ଧ ବୋଲି ଜଣାପଡିଛି । ସେ ନିକଟରେ ସୁରତରୁ ଫେରିଥିଲେ । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୭ରେ ପହଞ୍ଚିଛି। ଗଞ୍ଜାମରେ ଏପର୍ଯ୍ୟନ୍ତ ୩ ଜଣଙ୍କ ମୃତ୍ୟୁ ହୋଇସାରିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଅପରପଟେ ଗତକାଲି ଖୋର୍ଦ୍ଧା ଜିଲ୍ଲାର ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ହୋଇଥିଲା। ସେ ଏମ୍‌ସରେ ଚିକିତ୍ସିତ ହେଉଥିଲେ। ତେବେ ଏଯାଏ  ରାଜ୍ୟରେ ମୋଟ ୩୪୩ ଜଣ ସୁସ୍ଥ ହୋଇ ଘରକୁ ଫେରିସାରିଛନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.