ସ୍ଥଳଭାଗ ଛୁଇଁବା ପରେ ଧୀରେ ଧୀରେ ଦୂର୍ବଳ ହେଉଛି ବାତ୍ୟା ଅମ୍ଫନ୍‌,‌ ୬ ଘଣ୍ଟା ପରେ ଡିପ୍ରେସନ୍‌ରେ ହେବ ପରିଣତ

କେନ୍ଯୁଜ୍: ସ୍ଥଳଭାଗ ଛୁଇଁବା ପରେ ଧୀରେ ଧୀରେ ଦୂର୍ବଳ ହୋଇଚାଲିଛି ବାତ୍ୟା ଅମ୍ଫନ୍‌ । ସୁପର ସାଇକ୍ଲୋନିକ୍‌ ଷ୍ଟର୍ମରୁ ସାଇକ୍ଲୋନିକ୍‌ ଷ୍ଟର୍ମ ରୂପ ନେଇଛି ଅମ୍ଫନ୍‌ । ପଶ୍ଚିମବଙ୍ଗ ଉପକୂଳ ପାଇଁ ସାଇକ୍ଲୋନିଂ ୱାର୍ଣ୍ଣିଂ ଜାରି କରିଛି ଆଇଏମ୍‌ଡି । ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପକୂଳର ଉତ୍ତର-ଉତ୍ତରପୂର୍ବ ଆଡକୁ ଗତି କରୁଛି ଅମ୍ଫନ୍‌ । ଗତ ୬ ଘଣ୍ଟା ଧରି ଘଣ୍ଟାକୁ ୨୭ କିମି ବେଗରେ ଗତି କରୁଛି । ଏବେ କୋଲକାତାର ଉତ୍ତର-ଉତ୍ତରପୂର୍ବର ୨୭୦ କିମି ଦୂରରେ ଥିବା ବେଳେ ଆସାମ ଧୁବ୍ରିର ଦକ୍ଷିଣଠାରୁ ୧୫୦ କିମି ଦୂରରେ ରହିଛି ଅମ୍ଫନ୍‌।

ସେହିପରି ବାଂଲାଦେଶର ରାଙ୍ଗପୁରର ଦକ୍ଷିଣ-ଦକ୍ଷିଣପୂର୍ବଠାରୁ ୧୧୦ କିମି ଦୂରରେ ରହିଛି । ଏହା ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତିକରି କ୍ରମଶଃ ଦୁର୍ବଳ ହେବ । ୩ ଘଣ୍ଟା ପରେ ଡିପ୍‌ ଡିପ୍ରେସନ୍‌, ୬ ଘଣ୍ଟା ପରେ ଡିପ୍ରେସନ୍‌ରେ ପରିଣତ ହେବ ବାତ୍ୟା ଅମ୍ଫନ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.