୯୦ ଦଶକର ଚର୍ଚ୍ଚିତ ଖଳନାୟକଙ୍କର ହେଲା ନିଧନ, ଘରୁ ମିଳିଲା ଶବ

ବଲିଉଡ୍ ଇଣ୍ଡଷ୍ଟ୍ରୀରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଚର୍ଚ୍ଚିତ ଖଳନାୟକ ମହେଶ ଆନନ୍ଦଙ୍କର ଗତକାଲି ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୭ ବର୍ଷ ହୋଇଥିଲା। ତାଙ୍କର ୟାରୀ ରୋଡ ସ୍ଥିତ ଘରୁ ତାଙ୍କ ମୃତ ଦେହ ମିଳିଛି। ତାଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ କୂପର ହସପିଟାଲକୁ ପଠାଯାଇଛି।

ଏକଦା ତାଙ୍କ ନାମରେ ମିଥ୍ୟା ପ୍ରଚାର କରାଯାଇଥିବା ମହେଶ ଅଭିଯୋଗ କରିଥିଲେ, ସେ ଏଡସ ରୋଗରେ ଆକ୍ରାନ୍ତ ବୋଲି ଗୁଜବ ହୋଇଥିଲା। ଯାହାକୁ ସେ ପରେ ଖଣ୍ଡନ କରିଥିଲେ। ସେ ମୁମ୍ବାଇରେ ଏକା ରହୁଥିଲେ।

Mahesh Govindaନିକଟରେ ସେ ଗୋବିନ୍ଦାଙ୍କ ଫିଲ୍ମ ରଙ୍ଗିଲା ରାଜାରେ କମବ୍ୟାକ୍ କରିଥିଲେ। ମହେଶ ଆନନ୍ଦ ବାଦଶାହ, ମଜବୁର,ସ୍ବର୍ଗ,ଥାନେଦାର,ବିଶ୍ବାତ୍ମା,ଗୁମରାହ,ଖୁଦ୍ଦାର,ବେତାଜ୍ ବାଦଶାହ,ବିଜେତା ଏବଂ କୁରୁକ୍ଷେତ୍ର ଭଳି ହିଟ ଫିଲ୍ମରେ ଅଭିନୟ କରି ନିଜର ପରିଚୟ ସ୍ରୁଷ୍ଟି କରିଥିଲେ। ସେ ଉଭୟ ବଲିଉଡ୍ ଏବଂ ଦକ୍ଷିଣ ଭାରତୀୟ ଫିଲ୍ମରେ ସେ ଅଭିନୟ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.