ଲୋକପ୍ରିୟ ଅଭିନେତା ରିଓ କପାଡିଆଙ୍କ ଦେହାନ୍ତ, କ୍ୟାନସରରେ ଥିଲେ ପୀଡିତ

ବଲିଉଡ ତଥା ଟିଭି ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଅଭିନେତା ରିଓ କପାଡିଆ ଆଉ ନାହାନ୍ତି । ମାତ୍ର ୬୬ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଗତକାଲି ମୁମ୍ବାଇରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି ।

ବଲିଉଡ ତଥା ଟିଭି ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଅଭିନେତା ରିଓ କପାଡିଆଙ୍କ ଦେହାନ୍ତ ହୋଇଛି । ୬୬ ବର୍ଷ ବୟସରେ ମୃତ୍ୟୁବରଣ କରିଥିବା ଜଣାପଡିଛି । କ୍ୟାନସରରେ ପୀଡିତ ଥିବାରୁ ଗତବର୍ଷ ଠାରୁ ଡାକ୍ତର ତାଙ୍କର ଚିକିତ୍ସା କରୁଥିଲେ ମଧ୍ୟ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କ ଶେଷକୃତ୍ୟ ଗତକାଲି ମୁମ୍ବାଇରେ କରାଯାଇଛି । ତାଙ୍କର ମୃତ୍ୟୁରେ ଫିଲ୍ମ ସହ ଜଡ଼ିତ ବହୁ ଅଭିନେତା, ଅଭିନେତ୍ରୀ, ପ୍ରଯୋଜକ, ନିର୍ଦ୍ଦେଶକ, ଟେକ୍ନିସିଆନ ଓ ପ୍ରଶଂସକମାନେ ଗଭୀର ଶୋକବ୍ୟକ୍ତ କରିଛନ୍ତି ।

୧୯୫୭ ମସିହା ଜୁନ ୮ରେ ଜନ୍ମ ଗ୍ରହଣ କରିଥିବା ରିଓ କପାଡିଆ ଏକାଧିକ ବଲିଉଡ ଫିଲ୍ମ ବ୍ୟତୀତ ୱେବ ସିରିଜରେ ମଧ୍ୟ ଅଭିନୟ କରିଥିଲେ। ନିକଟରେ ରିଲିଜ ହୋଇଥିବା ମେଡ ଇନ ହେଭେନ-୨ରେ ରିଓଙ୍କୁ ଦେଖିବାକୁ ମିଳିଥିଲା। ସେ ‘ସପନେ ସୁହାନେ ଲଡ଼କପନ କେ’, ସିଦ୍ଧାର୍ଥ ତେୱାରୀଙ୍କ ‘ମହାଭାରତ’ରେ ମଧ୍ୟ ଅଭିନୟ କରିଥିଲେ ।

ରିଓ ଇନଷ୍ଟାଗ୍ରାମରେ ଶେଷ ପୋଷ୍ଟ ୫ ଜୁନକୁ କରିଥିଲେ । ପରିବାର ସହିତ ୟୁରୋପ ଟ୍ରିପରେ ଯାଇଥିବାର ଫଟୋ ଦେଖିବାକୁ ମିଳିଥିଲା । ରିଓ ବହୁତ ଫିଟନେସ୍‌ ଫ୍ରିକ୍‌ ବ୍ୟକ୍ତିତ୍ୱ ରହିଥିଲେ । ଖାଇବା ସହିତ ଶରୀର ଉପରେ ଧ୍ୟାନ ଦେଉଥିଲେ ।

 

View this post on Instagram

 

A post shared by Rio Kapadia (@riokapadia)

ଚକ ଦେ ଇଣ୍ଡିଆ, ହାପି ନ୍ୟୁ ୟର, ପ୍ରଧାନମନ୍ତ୍ରୀ, ହମ ହେ ରାହି କାର କେ, ମୁମ୍ବାଇ ମେରୀ ଜାନ୍‌, ଦିଲ ଚାହାତା ହେ ଓ ମରଦାନୀ ଭଳି ସୁପର ହିଟ୍ ସିନେମାରେ ଅଭିନୟ କରିଥିବା ବେଶ ପ୍ରଶଂସା ସାଉଁଟିଥିଲେ ରିଓ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.