Below header

ଡେଙ୍ଗୁରେ ଆକ୍ରାନ୍ତ କମେଡିଆନ ଭାରତୀ ଏବଂ ସ୍ବାମୀ ହର୍ଷ, ମେଡିକାଲରେ ଭର୍ତ୍ତି

କମେଡିଆନ ଭାରତୀ ଏବଂ ତାଙ୍କ ସ୍ବାମୀ ଦୁହେଁ ବିଗବସ ସୀଜନ ୧୨ରେ ଭାଗ ନେବାକୁ ବହୁତ ଚର୍ଚ୍ଚା ହେଉଥିଲା। ଏହି ଶୋ’କୁ ଗୋଟିଏ ସପ୍ତାହ ହୋଇଯାଇଥିଲେ ମଧ୍ୟ ହର୍ଷ ଏବଂ ଭାରତୀ ଶୋରେ ନଜର ଆସୁ ନାହାନ୍ତି।

bhartiଭାରତୀ ସିଂ ଏବଂ ତାଙ୍କ ସ୍ବାମୀ ହର୍ଷ ଲିମ୍ବାଚିୟାଙ୍କୁ ଡେଙ୍ଗୁ ହୋଇଯାଇଛି। ଡାକ୍ତରଙ୍କ ପରାମର୍ଶ କ୍ରମେ ଦୁହେଁ ହସପିଟାଲରେ ଭର୍ତ୍ତି ହୋଇଛନ୍ତି।

bharti2ସ୍ପଟବୟର ଖବର ଅନୁଯାୟୀ, ଭାରତୀ ଏବଂ ତାଙ୍କ ସ୍ବାମୀଙ୍କର ସ୍ବାସ୍ଥ୍ୟ କିଛି ଦିନ ହେବ ଠିକ୍ ଲାଗୁନଥିଲା। ମେଡିକାଲ ଚେକଅପ୍ ପରେ ଡେଙ୍ଗୁର ଲକ୍ଷଣ ଦେଖିବାକୁ ମିଳିଛି। ଏହା ପରେ ଡାକ୍ତର ସେମାନଙ୍କୁ ହସପିଟାଲରେ ଆଡମିଟ ହେବାକୁ କହିଲେ। ଦୁହେଁ ମୁମ୍ବାଇର କୋକିଲାବେନ ହସପିଟାଲରେ ଭର୍ତ୍ତୀ ହୋଇଛନ୍ତି।

bharti-singh-759ସେମାନେ ଦୁହେଁ ଡାକ୍ତରଙ୍କ ନିରୀକ୍ଷଣରେ ଅଛନ୍ତି। ସ୍ବାସ୍ଥ୍ୟରେ ଉନ୍ନତି ଆସିବା ପର‌୍ୟ୍ୟନ୍ତ ତାଙ୍କୁ ମେଡିକାଲରେ ରହିବାକୁ ପଡିବ। ଖବର ଥିଲାଯେ ଭାରତୀ-ହର୍ଷଙ୍କ ଯୋଡି ବିଗବସ ସୀଜନ ୧୨ରେ ନଜର ଆସିବ। ଦୁହିଁଙ୍କୁ ଗୋଆରେ ଥିବା ପ୍ରେସ କନଫେରେନ୍ସରେ ସଲମାନଙ୍କ ସହିତ ଦେଖିବାକୁ ମିଳିଥିଲା।

ଏହା ସହ ପଢ଼ନ୍ତୁ : ନିଜ ବିବାହ ଦିନ ବେହୋସ୍ ହୋଇଯାଇଥିଲେ ଋଷି କପୁର ଏବଂ ନିତୁ ସିଂହ : ଜାଣିଛନ୍ତି କାହିଁକି ?

bharti3କିନ୍ତୁ ଶୋ’ରେ ପ୍ରିମିୟରରେ ଭାରତୀ – ହର୍ଷ ନଜର ଆସିନଥିଲେ। ଏହା ପରେ କୁହାଗଲାଯେ ସେ ଦୁର୍ହେ ବିଗବିସ ଘରେ ରହିବେନାହିଁ, ବରଂ ସଲମାନ ଖାନଙ୍କ ସହିତ ୱିକେଣ୍ଡରେ ଆସି ଦର୍ଶକଙ୍କୁ ମନୋରଞ୍ଜନ କରିବେ, କିନ୍ତୁ ପ୍ରଥମ ୱିକେଣ୍ଡରେ ଦୁହିଁଙ୍କୁ ଦେଖିବାକୁ ମିଳିନଥିଲା। ଏହା ପରେ କୁହାଯାଉଛିଯେ ସେମାନେ ୱାଇଲ୍ଡ କାର୍ଡ ଏଣ୍ଟ୍ରୀ ହୋଇପାରେ। କିନ୍ତୁ ବର୍ତ୍ତମାନ ଦୁହେଁ ହସପିଟାଲରେ ଡେଙ୍ଗୁରେ ଆକ୍ରାନ୍ତ ଅଛନ୍ତି। ତାଙ୍କର ଠିକ ହେବା ପରେ ଜଣାପଡିବଯେ ବିଗବସ ସୀଜନ ୧୨ରେ ତାଙ୍କର କଣ ରୋଲ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.