ପିଲାଚୋରି ଅଭିଯୋଗରେ ୭ ଅଟକ, ୨ ଶିଶୁ ଉଦ୍ଧାର

ଘଟଗାଁ(କେନ୍ଯୁଜ୍) : ପିଲା ଚୋରି କରି ନେଉଥିବା ଅଭିଯୋଗରେ ଗ୍ରାମବାସୀ କାବୁ କରିଥିବା 7 ଜଣକୁ ପୋଲିସ ଉଦ୍ଧାର କରି ଥାନାରେ ଅଟକ ରଖିବା ସହ 2ଜଣ ଶିଶୁକୁ ଉଦ୍ଧାର କରିଛି । ସୂଚନା ଅନୁଯାୟୀ ତୁରୁମୁଙ୍ଗା ଥାନା ଜାମୁନାଳିଆ ଫୁଟବଲ ପଡିଆରୁ 2ଜଣ ଶିଶୁଙ୍କୁ 7ଜଣ ଯୁବକ ଅପହରଣ କରି ନେଇଯାଉଥିବା ବେଳେ ଅଞ୍ଚଳର ଜୈନିକ ଯୁବକ ସେମାନଙ୍କୁ 80କିମି ଗୋଡାଇବାପରେ ହରିଚନ୍ଦନପୁର ନନ୍ଦରା ଗ୍ରାମ ନିକଟରେ ଅଟକାଇଥିଲା । ବିଳମ୍ବିତ ରାତିରେ ନନ୍ଦରା ଗ୍ରାମବାସୀଙ୍କ ସାହାଯ୍ୟରେ 7 ଜଣ ଲୋକଙ୍କୁ କାବୁ କରାଯାଇଥିଲା।

kidnapଖବର ପାଇ ହରିଚନ୍ଦନପୁର ପୋଲିସ 2ଜଣଶିଶୁଙ୍କୁ ଉଦ୍ଧାର କରିବା ସହ 3ଟି ବାଇକ ଜବତ କରିଛି । କାବୁ କରାଯାଇଥିବା 7 ଜଣଙ୍କୁ ପୋଲିସ୍ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ତେବେ ଅଟକ ଯୁବକ ମାନେ କାଳିଆପାଣି ଅଞ୍ଚଳ ଡେଣାମୁଣ୍ଡା ଗ୍ରାମର । ତେବେ ନୂଆଁଖାଇ ପର୍ବରେ ବଳି ପ୍ରଥା ପାଇଁ ଶିଶୁଙ୍କୁ ଅପହରଣ କରାଯାଥିବା ସନ୍ଦେହ କରାଯାଉଥିବା ବେଳେ ପ୍ରକ୍‌ତ କାରଣ ଏପର୍ଯ୍ଯନ୍ତ ପୋଲିସ ସ୍ପଷ୍ଟ କରିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.