ଗୁଗଲରେ ସର୍ଚ୍ଚ କରୁଛନ୍ତି ଏହି ୫ ଜିନିଷ ତ ହୋଇଯାଆନ୍ତୁ ସାବଧାନ୍, ଘରୁ ଉଠାଇନେବ ପୋଲିସ୍

ଏବେ ପ୍ରାୟ ସମସ୍ତଙ୍କ ପକେଟରେ ଅଛି ସ୍ମାର୍ଟଫୋନ୍ । ଆଉ ଯାହା ନିକଟରେ ସ୍ମାର୍ଟଫୋନ୍ ନାହିଁ ସେମାନଙ୍କ ନିକଟରେ ଜିଓର ୪ଜି ଫିଚର ଫୋନ୍ ତ ନିଶ୍ଚିତ ଥିବ । ସ୍ମାର୍ଟଫୋନ୍ ଥାଇ ଗୁଗଲ ବାବାଙ୍କୁ ବ୍ୟବହାର ନକରିବା ଏଇଟା କେମିତି ସମ୍ଭବ । କିନ୍ତୁ କଣ ଆପଣ ଜାଣନ୍ତି ଏମିତି କିଛି ପ୍ରଶ୍ନ ଏବଂ ତଥ୍ୟ ଅଛି ଯାହାକୁ ଗୁଗଲରେ ସର୍ଚ୍ଚ କଲେ ଆପଣ ସୁରକ୍ଷା ଏବଂ ଯାଂଚ ଏଜେନ୍ସିଙ୍କ ରାଡାରକୁ ଚାଲିଆସିବେ । ଆସନ୍ତୁ ଜାଣିବା ସେହି ୫ ଟି ତଥ୍ୟ ଯାହାକୁ ଗୁଗଲରେ ସର୍ଚ୍ଚ କରିବା ମହଙ୍ଗା ପଡିବ ।

ବମ୍ ତିଆରି କରିବା ତରିକା :

bombମଜାରେ ହେଉ ବା ଟାଇମ୍ ପାସ୍ କରିବାକୁ ହେଉ ଯଦି ଗୁଗଲରେ ବମ୍ ତିଆରି କରିବା ତରିକା ସର୍ଚ୍ଚ କରୁଛନ୍ତି ତେବେ ଆପଣଙ୍କୁ ଘରୁ ପୋଲିସ୍ ଉଠାଇନେଇଯିବ । ପ୍ରକୃତରେ କ୍ରାଇମ୍ ଏବଂ ସାଇବରର ନଜର ସେହି ୟୁଟ୍ୟୁବ୍ ଏବଂ ୱେବସାଇଟ୍ ଉପରେ ଥାଏ ଯେଉଁଥିରେ ବମ୍ ତିଆରି କରିବା ତରିକା ଦେଖାଯାଇଥାଏ । ଏମିତିରେ ଯଦି ଆପଣ ଏହି ୱେବସାଇଟକୁ ଯାଆନ୍ତି ତେବେ ଆପଣ ପୋଲିସ୍ ନଜରକୁ ଆସିଯିବେ । ଏବଂ ଆଇପି ଆଡ୍ରେସ୍ ମାଧ୍ୟରେ ଆପଣଙ୍କ ନିକଟରେ ପହଂଚିଯିବ ପୋଲିସ୍ ।

ଚାଇଲ୍ଡ ପର୍ଣ୍ଣ :

child pornସେହିପରି କୌଣସି କାରଣରୁ କିମ୍ବା ଜାଣିଶୁଣି ଚାଇଲ୍ଡ ପର୍ଣ୍ଣ ଗୁଗଲରେ ସର୍ଚ୍ଚ କରୁଛନ୍ତି ତେବେ ଆଜି ହିଁ ବନ୍ଦ କରିଦିଅନ୍ତୁ । କାରଣ ଏମିତି କରିବା ଆପଣଙ୍କୁ ମହଙ୍ଗା ପଡିପାରେ । କାରଣ ଭାରତରେ ଚାଇଲ୍ଡ ପର୍ଣ୍ଣ ଦେଖିବା କିମ୍ବା ତଥ୍ୟ ସଂଗ୍ରହ କରିବା ବେଆଇନ୍ ।

ଔଷଧ କିଣିବା :

medicineଯେକୌଣସି ଔଷଧ ବିଷୟରେ ସୂଚନା ପାଇଁ ଗୁଗଲରେ ସର୍ଚ୍ଚ କରୁଛନ୍ତି ଠିକ୍ ଅଛି । କିନ୍ତୁ ଗୁଗଲ ଭରସାରେ କୌଣସି ଔଷଧ କିଣନ୍ତୁ ନାହିଁ । ଓଲଟା ହୋଇପାରେ ଫଳ । ରୋଗ ଭଲ ହେବା ପରିବର୍ତ୍ତେ ଅଧିକ ବଢିପାରେ । ଡାକ୍ତରଙ୍କ ପରାମର୍ଶରେ ହିଁ ଔଷଧ କିଣନ୍ତୁ ।

ନିଜ ଲୋକେସନ୍ :

locationଏମିତି କୌଣସି ସୂଚନା ଗୁଗଲରେ ସର୍ଚ୍ଚ କରନ୍ତୁ ନାହିଁ ଯେଉଁଥିରେ ଆପଣଙ୍କ ପରିଚୟ ଜାହିର୍ ହେଉଥିବ । ଯେମିତି ଲୋକେସନ୍, ଘର ଏବଂ ଅଫିସ୍ ବିଷୟରେ ସର୍ଚ୍ଚ କରନ୍ତୁ ନାହିଁ । ଉଦାହରଣ ସ୍ବରୂପ ଆପଣ ଗାଁର ଲୋକେସନ୍ ତ ସର୍ଚ୍ଚ କରିପାରିବେ କିନ୍ତୁ ସିଧାସଳଖ ଠିକଣା ଦେଇ ଗୁଗଲରେ ସର୍ଚ୍ଚ କରିବା ବିପଦମୁକ୍ତ ନୁହେଁ ।

ଗର୍ଭପାତ ଉପାୟ : 

ଆବର୍ସନ କରିବା ଉପାୟ। ଏହା ଏକ ସମ୍ବେଦନଶୀଳ ବିଷୟ। ଯାହାକି ଲୋକେ ଗୁଗଲରେ ସର୍ଚ୍ଚ କରିଥାନ୍ତି। ଗୁଗଲରେ ଦର୍ଶାଯାଇଥିବା ଉପାୟ ସବୁକୁ ଆପଣେଇଲେ ଆପଣଙ୍କ ଜୀବନ ଯିବାର ମଧ୍ୟ ଭୟ ରହିଛି। ଗର୍ଭପାତ କରାଇବାକୁ ଚାହୁଁଥିଲେ ନିଜେ ଡାକ୍ତର ନ ହୋଇ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

ଏହା ସହ ପଢନ୍ତୁ : ଏବେ ଏହି ସବୁ ମୋବାଇଲରେ ଆଉ ଚାଲିବନି ହ୍ବାଟ୍ସଆପ୍, ଦେଖନ୍ତୁ ଆପଣଙ୍କ ସ୍ମାର୍ଟଫୋନ୍ ନାହିଁ ତ ତାଲିକାରେ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.