Below header

ପତ୍ନୀଙ୍କ ଚୁମ୍ବନ ହେଲା କାଳ, କଟିଗଲା ସ୍ବାମୀର ଜିଭ

ନୂଆଦିଲ୍ଲୀ : କାଳ ହେଲା ସ୍ତ୍ରୀର ପ୍ରେମ । ପତ୍ନୀ ଏମିତି ଜୋରଦାର ଚୁମ୍ବନ ଦେଲେ ଯେ ସ୍ବାମୀର ଜିଭ କାମୁଡ଼ି ପକାଇଲେ । ଅଧା ଜିଭ କଟିକଲା । ଏବେ ସ୍ବାମୀ ଦିଲ୍ଲୀ ସଫଦରଜଙ୍ଗ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ତାଙ୍କ ଜିଭରେ ଅସ୍ତ୍ରୋପଚାର କରାଯିବ । ତେବେ ସେ ଆଉ ଭଲ ଭାବେ କଥା କହି ପାରିବେ କି ନାହିଁ ସେ ନେଇ ଡାକ୍ତର ସନ୍ଦେହ ପ୍ରକାଶ କରିଛନ୍ତି ।

delhi-police

ଘଟଣାଟି ଏମିତି । ଦିଲ୍ଲୀର ରାନୋଲା ଠାରେ ରହୁଥିବା ଏହି ଯୁବ ଦମ୍ପତିଙ୍କ ମଧ୍ୟରେ ସବୁ ବେଳେ କଳିଗୋଳ ଲାଗୁଥିଲା । ପାଖ ପଡ଼ୋଶୀଙ୍କ କହିବା କଥା ଆହତ ବ୍ୟକ୍ତି ଜଣକ ଜଣେ ପଥପ୍ରାନ୍ତ ନାଟ୍ୟ ଅଭିନେତା । ତାଙ୍କର ପତ୍ନୀ କିନ୍ତୁ ସ୍ବାମୀଙ୍କ ଚେହେରା ନେଇ ଆଦୌ ସନ୍ତୁଷ୍ଟ ନଥିଲେ । ସେ ସୁନ୍ଦର ନୁହନ୍ତି ବୋଲି ଅଭିଯୋଗ କରୁଥିଲେ । ତେଣୁ ସବୁ ବେଳେ ଉଭୟଙ୍କ ମଧ୍ୟରେ ଅଶାନ୍ତି ଲାଗି ରହୁଥିଲା । ଏବେ ପତ୍ନୀ ଜଣକ ଗର୍ଭବତୀ ଅଛନ୍ତି । ନିକଟରେ ପୁଣି ଉଭୟଙ୍କ ମଧ୍ୟରେ ପୁଣି ବିବାଦ ହୋଇଥିଲା । ତେବେ ବୁଝାମଣା ପରେ ପତ୍ନୀ ଯେତେବେଳେ ପତିଙ୍କୁ ଚୁମ୍ବନ ଦେଲେ ଜାଣି ଶୁଣି ତାଙ୍କ ଜିଭ କାମୁଡ଼ି ପକାଇଲେ । କାମୁଡ଼ା ଏତେ ଜୋର ଥିଲା ଯେ ସ୍ବାମୀର ଅଧା ଜିଭ କଟିଗଲା । ଏଭଳି ଅଭିଯୋଗ କରିଛନ୍ତି ମହିଳାଙ୍କ ଶ୍ବଶୁର । ଏବେ ଆହତ ସ୍ବାମୀ ଜଣକ ଡାକ୍ତରଖାନାରେ । ପୋଲିସ୍ ଆଇପିସି ଧାରା ୩୨୬ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ବେଳେ ଡାକ୍ତର ଲାଗିଛନ୍ତି ତାଙ୍କ ଜିଭ ଯୋଡ଼ିବାରେ । ଦୁଇ ବର୍ଷ ତଳେ ଦୁହିଙ୍କର ବିବାହ ହୋଇଥିଲା । ପତ୍ନୀ ଏବେ ୮ ମାସର ଗର୍ଭବତୀ ଅଛନ୍ତି । ତାଙ୍କୁ ପୋଲିସ୍ ଅଟକ ରଖି ପଚରା ଉଚରା କରୁଛି । ଯଦି ପ୍ରମାଣ ସହ ଦୋଷ ସିଦ୍ଧ ହୁଏ ତେବେ ପତ୍ନୀଙ୍କୁ ଆଜୀବନ ପର୍ଯ୍ୟନ୍ତ କାରାଦଣ୍ଡାଦେଶ ହୋଇପାରେ ବୋଲି ପୋଲିସ୍ କହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.