Below header

ମୟୁରଭଞ୍ଜରେ ଆତଙ୍କ ଖେଳାଉଛନ୍ତି ଝାଡଖଣ୍ଡୀ ହାତୀ

ମୟୁରଭଞ୍ଜ(କେନ୍ଯୁଜ୍) : ମୟୁରଭଞ୍ଜ ଜିଲ୍ଲାରେ ଥମୁନି ହାତୀ ଆତଙ୍କ। ସୁଳିଆପଦା ବ୍ଲକ ଧରମପୁରା ଗାଁ ବାଘଝରଣ ଜଙ୍ଗଲରେ ଏବେ ଝାଡଖଣ୍ଡୀ ହାତୀଙ୍କ ଦୌରାତ୍ମ୍ୟ। ହାତୀପଲରେ ଅଛନ୍ତି ୩୩ଟି ହାତୀ। ଏମାନେ ଗାଁରେ ପଶି ବ୍ୟାପକ ଫସଲ ନଷ୍ଟ କରିବା ସହ ଭଙ୍ଗାରୁଜା କରିଛନ୍ତି। ଫଳରେ ଲୋକମାନେ ଘରୁ ବାହାରିବାକୁ ଭୟ କରୁଛନ୍ତି।

hatiହାତୀକୁ ଘଉଡାଇବାକୁ ବନବିଭାଗ ପକ୍ଷରୁ ଉଦ୍ୟମ କରାଯିବା ସହ ଡାକବାଜି ୟନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନ କରାଯାଉଛି। ବର୍ଷ ସାରା ହାତୀପଲ ମୟୁରଭଞ୍ଜ ଜିଲ୍ଲାରେ ପଶି ବ୍ୟାପକ କ୍ଷତି କରୁଛନ୍ତି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.