ମା’ ହେବାକୁ ଚାହୁଁଛନ୍ତି କମେଡିଆନ ଭାରତୀ, ବେବି ପ୍ଲାନିଂକୁ ନେଇ କହିଲେ ଏମିତି

କରୋନା ଭାଇରସ ତା’ର କାୟା ଏତେ ମାତ୍ରାରେ ବିସ୍ତାର କରିଛି ଯେ ଲୋକମାନେ ଏବେ ଯାହାକୁ ନେଇ ଖୁବ୍ ଚିନ୍ତାରେ ରହୁଛନ୍ତି। କାରଣ ସାରା ବିଶ୍ବରେ ବର୍ତ୍ତମାନ କରୋନାର ପ୍ରଭାବ ସକ୍ରିୟ ରହିଛି। ଏନେଇ ସଚେତନ ରହିବା ପାଇଁ ଲୋକମାନଙ୍କୁ ଘରେ ରହିବାକୁ ପଡୁଛି। ସାଧାରଣ ଲୋକମାନଙ୍କ ଠାରୁ ଆରମ୍ଭ କରି ବଲିଉଡ ଷ୍ଟାର ପର୍ଯ୍ଯନ୍ତ ସମସ୍ତେ ବର୍ତ୍ତମାନ ଏଭଳି ପରିସ୍ଥିତିରେ ଘରେ ରହିଛନ୍ତି। ଏହାମଧ୍ଯରେ କରୋନା କମେଡିଆନ ଭାରତୀ ସିଂହଙ୍କ ପ୍ଲାନିଂ ଉପରେ ପାଣି ପକାଇଦେଇଛି। ସୂଚନା ମୁତାବକ ଭାରତୀ ସିଂହ ଏବଂ ତାଙ୍କ ପତି ହର୍ଷ ଲିଂବାଚିୟା ବିବାହର ୩ବର୍ଷ ପରେ ବେବି ପ୍ଲାନିଂ କରୁଥିଲେ କିନ୍ତୁ କରୋନା ତାଙ୍କର ଏହି ପ୍ଲାନିଂ ଉପରେ ପ୍ରଭାବ ପକାଇଛି। ଏକ ସାକ୍ଷାତକାର ମାଧ୍ଯମରେ ଭାରତୀ ଏବଂ ହର୍ଷ ଏହା ଘୋଷଣା କରିଥିଲେ।

bhartiଭାରତୀ କହିଛନ୍ତି, ହଁ ମୁଁ ମା’ ହେବାକୁ ଚାହୁଁଛି। ଏପରିକି ମୁଁ ଏଂ ହର୍ଷ ଚଳିତ ବର୍ଷ ବେବି ପ୍ଲାନିଂ କରିଥିଲୁ। ଭାବିଥିଲୁ ୨୦୨୦ରେ ୨୦-୨୦ ଖେଳିବା ପାଇଁ କିନ୍ତୁ ବର୍ତ୍ତମାନ ଏଥିପାଇଁ ବ୍ରେକ୍ ନେବାକୁ ପଡିଛି। କାରଣ କରୋନା ମହାମାରୀ ପାଇଁ ମୁଁ ରିସ୍କ୍ ନେବାକୁ ଚାହୁଁନି। ମୁଁ ଚାହୁଛି ବେବି ଏକ ସୁସ୍ଥ ପରିବାରରେ ଜନ୍ମ ହେଉ। ଏହି ସମୟରେ ତ ହସ୍ପିଟାଲ ଯିବା ଭୟ। ଏହି କାରଣରୁ ପୁଣି ଏକ ବର୍ଷ ପରେ ବେବି ପ୍ଲାନ କରିପାରିବି ବୋଲି ଭାରତୀ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.