ଏହି ଉପାୟରେ ଜାଣନ୍ତୁ କେଉଁଟା ଫେକ ୱେବସାଇଟ ଏବଂ ଇମେଲ, ଭୁଲରେ ବି କରନ୍ତୁ ନାହିଁ କ୍ଲିକ

ଲକଡାଉନ୍ ସମୟରେ ଭାରତରେ ଅନଲାଇନ୍ ଠକେଇ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇଛି । ନିକଟରେ ମହାରାଷ୍ଟ୍ରର ସାଇବର ସେଲ୍ ଏକ ଆଲର୍ଟ ଜାରି କରି ଲୋକଙ୍କୁ ମଣ୍ଟ ବ୍ଲାନ୍କ ନାମକ ଏକ କମ୍ପାନୀର ବାର୍ତ୍ତା କିମ୍ବା ଇମେଲ ଉପରେ କ୍ଲିକ୍ ନକରିବାକୁ ଅନୁରୋଧ କରିଛି । ମାଉଣ୍ଟ ବ୍ଲାନ୍କ ହେଉଛି ଏକ ବିଶ୍ୱ ପ୍ରସିଦ୍ଧ ପେନ ନିର୍ମାତା ଏବଂ ଏହି କମ୍ପାନୀର କଲମର ମୂଲ୍ୟ ଲକ୍ଷ ଲକ୍ଷ ଟଙ୍କା ହୋଇଥାଏ । ସେଥିପାଇଁ ଏହି କମ୍ପାନୀ ନାଁ ର ଫାଇଦା ଉଠାଇ ହ୍ୟାକର୍ସମାନେ ଲୋକଙ୍କୁ ଠକିବାରେ ଲାଗିଛନ୍ତି । ତେଣୁ ଏଭଳି ପରିସ୍ଥିତିରେ ଆସନ୍ତୁ ଜାଣିବା କିପରି ଭାବେ ଆମେ ନକଲି ୱେବସାଇଟ୍ ଏବଂ ଇମେଲ୍ କିମ୍ବା ଫେକ ମେସେଜର ଚିହ୍ନଟ କିପରି କରିବା ।

hacker

ସର୍ବପ୍ରଥମେ, କୌଣସି ଇ-ମେଲ୍ ଏବଂ ୱେବସାଇଟ୍ ଖୋଲିବା ପୂର୍ବରୁ, ଏଥିରେ ଲେଖାଯାଇଥିବା ଶବ୍ଦର ସ୍ପେଲିଂ ଯାଞ୍ଚ କରନ୍ତୁ । ସାଧାରଣତଃ ନକଲି ଇ-ମେଲ ଏବଂ ସାଇଟରେ ଶବ୍ଦର ସ୍ପେଲିଂ ଭୁଲ ଥାଏ କେବଳ ସେତିକି ନୁହେଁ ଗ୍ରାମାରରେ ମଧ୍ୟ ଅନେକ ତ୍ରୁଟି ରହିଥାଏ । ଏଥି ସହିତ ଠିକ ୱେବସାଇଟ ଏବଂ ଇ-ମେଲରେ ସେପରି କୌଣସି ଭୁଲ ନଥାଏ ।

fake website

ସାଧାରଣତଃ ହ୍ୟାକରମାନେ ବିଶ୍ୱ ପ୍ରସିଦ୍ଧ କମ୍ପାନୀଗୁଡ଼ିକର ନାମକୁ ବ୍ୟବହାର କରି ଲୋକଙ୍କୁ ଠକିବାକୁ ଚେଷ୍ଟା କରନ୍ତି । ଯଦି ଆପଣ କୌଣସି କମ୍ପାନୀରୁ ଏକ ଇ-ମେଲ୍ କିମ୍ବା ମେସେଜ ପାଇଛନ୍ତି ତେବେ ଏଥିରେ ଦିଆଯାଇଥିବା ଲିଙ୍କରେ ଭୁଲରେ ବି କ୍ଲିକ୍ କରନ୍ତୁ ନାହିଁ । କାରଣ ପ୍ରସିଦ୍ଧ କମ୍ପାନୀଗୁଡିକ ଲୋକଙ୍କୁ ସିଧାସଳଖ ଇ-ମେଲ୍ କିମ୍ବା ବାର୍ତ୍ତା ପଠାନ୍ତି ନାହିଁ ।

fake e-mail

 

ନକଲି ସାଇଟ୍ ଏବଂ ଇମେଲ୍ ଚିହ୍ନଟ କରିବାର ଆଉ ଏକ ସହଜ ଉପାୟ ମଧ୍ୟ ରହିଛି । ଯେକୌଣସି ମେଲରେ ଆସିଥିବା ଲିଙ୍କକୁ ଖୋଲିବା ପୂର୍ବରୁ ତାଉପରେ ମାଉସ୍ ରଖନ୍ତୁ । ଏହାଦ୍ୱାରା ଆପଣ ପପ୍ଅପ୍ ରେ ମୂଳ URL ଏବଂ ହାଇପରଲିଙ୍କ୍ ଦେଖିପାରିବେ । ଏହାଦ୍ୱାରା ଆପଣ ନକଲି ୱେବସାଇଟକୁ ସହଜରେ ଚିହ୍ନଟ କରିପାରିବେ ।

fake url

ଅନେକ ଥର ହ୍ୟାକରମାନେ ପ୍ରସିଦ୍ଧ କମ୍ପାନୀଗୁଡିକର ନାମକୁ ବ୍ୟବହାର କରି ଠକିବା ଉଦ୍ଦେଶ୍ୟରେ ଇ-ମେଲ୍ ନଚେତ ମେସେଜ ପଠାଇଥାନ୍ତି । ଏପରିସ୍ଥଳେ ଆପଣ ସତର୍କ ହୋଇଯାଆନ୍ତୁ । କୌଣସି ବି ପରିସ୍ଥିତିରେ, ଆପଣ ନିଜର ପାସୱାର୍ଡ, ବ୍ୟକ୍ତିଗତ ତଥ୍ୟ ଏବଂ ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡର ସୂଚନା ପ୍ରଦାନ କରନ୍ତୁ ନାହିଁ । ଏହାଦ୍ୱାରା ଆପଣ ନିଜକୁ ଠକାମିରୁ ରକ୍ଷା କରିବାରେ ସମର୍ଥ ହେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.