ହଳଦୀର ଏହି ଉପାୟ ଦୂର କରିବ ଆପଣଙ୍କ ଅର୍ଥ ସମସ୍ୟା, ଜାଣନ୍ତୁ କେମିତି

ହଳଦୀ ଭାରତୀୟ ରୋଷେଇ ଘରେ ବହୁତ ମହତ୍ତ୍ୱପୂର୍ଣ୍ଣ ମସଲା ଅଟେ, ଯାହା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭକାରୀ ହୋଇଥାଏ। କିନ୍ତୁ କଣ ଆପଣ ଜାଣିଛନ୍ତି ହଳଦୀ କେବଳ ସ୍ୱାସ୍ଥ୍ୟ ପାଇଁ ଫାଇଦାପୂର୍ଣ୍ଣ ହୋଇନଥାଏ ବରଂ ଜ୍ୟେତିଷ ଶାସ୍ତ୍ରରେ ମଧ୍ୟ ଏହାର ମହତ୍ତ୍ୱ ବହୁତ ଅଧିକ। ହଳଦୀକୁ ପୂଜା କାଯ୍ୟର୍ରେ ବ୍ୟବହାର କରାଯାଏ। ଆଜ୍ଞା ହଁ ଜ୍ୟେତିଷ ଶାସ୍ତ୍ରରେ ହଳଦୀର ଅନେକ ଏମିତି ଉପାୟ ରହିଛି ଯାହା ଆପଣଙ୍କ ସବୁ ସମସ୍ୟାକୁ ଦୂର କରିବାରେ ସକ୍ଷମ ହୋଇପାରିବ। ଆଜି ଆମେ ଆପଣଙ୍କ ପାଇଁ ହଳଦୀର କିଛି ଉପାୟ ନେଇ ଆସିଛୁ ଯାହା ଆପଣଙ୍କ ଧନ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିପାରିବ। ତାହଲେ ଆସନ୍ତୁ ଜାଣିବା କଣ ସେହି ଉପାୟ।

ଶୁକ୍ଳପକ୍ଷରେ କରନ୍ତୁ ହଳଦୀର ଏହି ଉପାୟ

tarmericଜ୍ୟେତିଷ ଶାସ୍ତ୍ର ଅନୁଯାୟୀ ଶୁକ୍ଳପକ୍ଷର ପ୍ରଥମ ଶୁକ୍ରବାର ଦିନ ମଧ୍ୟ କଳା ହଳଦୀର ଉପାୟ କରାଯାଇପାରେ। ଏଥିପାଇଁ ଏକ ରୂପା ଡବାରେ କଳା ହଳଦୀ, ନାଗକେଶ୍ୱର ଏବଂ ସିନ୍ଦୁରକୁ ସାଥିରେ ରଖି ମାତା ଲକ୍ଷ୍ମୀଙ୍କ ଚରଣରେ ସ୍ପର୍ଶ କରାନ୍ତୁ। ଏହାପରେ ତାହାକୁ ଆପଣ ଯେଉଁଠାରେ ଧନ ରଖୁଛନ୍ତି ସେହି ସ୍ଥାନରେ ରଖିଦିଅନ୍ତୁ। ମାନ୍ୟତା ରହିଛି ଯେ କଳା ହଳଦୀର ଏହି ଉପାୟ ଧନ ସଞ୍ଚୟ କରିବାରେ ସାହାଯ୍ୟ କରିବ। ଏହାସହିତ ଆମଦାନୀର ମଧ୍ୟ ଅନେକ ସ୍ରୋତ ସ୍ରୁଷ୍ଟି ହୋଇଥାଏ।

ବ୍ୟବସାୟରେ କମାଲ

turmericଜ୍ୟେତିଷ ଶାସ୍ତ୍ର ଅନୁଯାୟୀ ଯଦି ଜାତକ କୌଣସି ବ୍ୟବସାୟରେ ସଂଲଗ୍ନ ଥାଏ ଏବଂ ଲଗାତର ବେପାରରେ କ୍ଷତି ସହିବାକୁ ପଡୁଥାଏ, ତାହେଲେ ହଳଦୀର ଏହି ଉପାୟ କରିବା ଉଚିତ। ଏଥିପାଇଁ ହଳଦୀ ପେଶି ଦିଅନ୍ତୁ। ସେଥିରେ କେସର ଏବଂ ଗଙ୍ଗାଜଳ ମିଶାଇ ପ୍ରଥମ ବୁଧବାର ଦିନ ଏହାକୁ ବ୍ୟବସାୟରେ ପ୍ରୟୋଗ ହେଉଥିବା ମେସିନ ଉପରେ ସ୍ୱସ୍ତିକ ବନାଇ ଦିଅନ୍ତୁ। ଏମିତି କରିବା ଦ୍ୱାରା ମେସିନ ସୂଚାରୁରୂପେ କାଯ୍ୟର୍ କରିଥାଏ। ଏହାସହିତ ବ୍ୟବସାୟରେ ମଧ୍ୟ ଉନ୍ନତି ଆସିଥାଏ।

ବ୍ୟବୁସାୟରେ ହେଉଥିଲେ ହାନି

turmericଜ୍ୟେତିଷ ଶାସ୍ତ୍ର ଅନୁଯାୟୀ ଯଦି କାହାକୁ ବ୍ୟବସାୟରେ ଲଗାତର ସମସ୍ୟାର ସାମ୍ନା କରିବାକୁ ପଡୁଛି। ତେବେ ସେ ଶୁକ୍ଳପକ୍ଷ ପ୍ରଥମ ଗୁରୁବାରରେ ହଳଦୀଆ କପଡାରେ ହଳଦୀ, ୧୧ ଅଭିମନ୍ତ୍ରିତ ଗୋମତି ଚକ୍ର, ରୂପା ମୁଦ୍ରା ଏବଂ ୧୧ ଅଭିମନ୍ତ୍ରିତ କଉଡି ବାନ୍ଧି ୧୦୮ ଥର ‘ଓଂ ଭଗବତେ ବାସୁଦେବ ନମଃ’କୁ ଜପ କରନ୍ତୁ। ଏହାପରେ ଏହି ପୁଟୁଳାକୁ ଧନ ରଖିବା ସ୍ଥାନରେ ରଖିଦିଅନ୍ତୁ। କୁହାଯାଏ ଯେ ଏମିତି କରିବା ଦ୍ୱାରା ବ୍ୟବସାୟରେ ଆସୁଥିବା ସମସ୍ତ ସମସ୍ୟା ଦୂର ହୋଇଯାଇଥାଏ। ଏହାସହିତ ଧନ ମଧ୍ୟ ବଢ଼ିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.