Below header

୬ ବର୍ଷର ଝିଅ ଗରିବ ବସ୍ତି ପିଲାଙ୍କୁ କଲା ଏମିତି ସାହାଯ୍ୟ, ଶେଷରେ ସମସ୍ତଙ୍କ ପାଇଁ ଉଦାହରଣ ସାଜିଲା ଦୁର୍ବା

ବୟସ ମାତ୍ର ଏକ ସଂଖ୍ୟା। କାମ କରିବାର ମହାନତା ହିଁ ଲୋକଙ୍କୁ ପରିଚୟ ଦେଇଥାଏ। ତେବେ ବ୍ୟକ୍ତିଟି ବୟସରେ ଛୋଟ ହୋଇଥାଉ କିମ୍ବା ବଡ। କରୋନା ମହାମାରୀ ସମୟରେ ଲୋକ ପରସ୍ପରର ସାହଯ୍ୟ କରୁଛନ୍ତି। କିଏ ଗରିବଙ୍କ ପାଇଁ ଖାଦ୍ୟ ଯୋଗାଉଥିବା ବେଳେ ଆଉ କିଏ ଘରେ ଘରେ ଖାଦ୍ୟ ସାମଗ୍ରୀ ପହଞ୍ଚାଉଛି। ଆଉ କିଏ ନିଜ ସଞ୍ଚିତ ଧନକୁ ପ୍ରବାସୀ ଶ୍ରମିକଙ୍କ ପାଇଁ ଦାନ କରିଦେଉଛି। ଏହି କରୋନା ମହାମାରୀ ସମୟରେ ଏମିତି କିଛି କରି ସମସ୍ତଙ୍କ ଆଖି ଆଗରେ ବଡ ହୋଇପାରିଛନ୍ତି ୬ ବର୍ଷୀୟ କୁନି ଝିଅ। ଯିଏକି ଗରିବଙ୍କୁ ସାହାଯ୍ୟ କରି ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।

durga

ସୁରତରେ ରହୁଥିବା ଏହି ୬ ବର୍ଷୀୟ କୁନି ଝିଅର ନାମ ଦୁର୍ବା ମୋଦି। ପ୍ରଥମ ଶ୍ରେଣୀରେ ପଢୁଥିବା ଦୁର୍ବା ନିଜର ପୁରୁଣା କପଡା, ଜୋତା, ଖେଳନା ସହ ଗ୍ରୋସରୀ ଜିନିଷ ଏକାଠି କରିଛନ୍ତି। ଏହିସବୁ ଜିନିଷକୁ ଏକାଠି କରି ଦୁର୍ବା ସେଠିକାର ବସ୍ତିରେ ରହୁଥିବା ପିଲାମାନଙ୍କୁ ଦାନ କରିଛନ୍ତି। ଦୁର୍ବା କେବଳ ନିଜେ ନୁହେଁ, ନିଜର ସାଙ୍ଗମାନଙ୍କୁ ଏଥିରେ ସାମିଲ ହେବା ପାଇଁ ସାହାଯ୍ୟ ମାଗିଛନ୍ତି। ଦୁର୍ବା ନିଜ ସାଙ୍ଗମାନଙ୍କ ଠାରୁ ଏହିସବୁ ଜିନିଷକୁ ଏକାଠି କରି ବସ୍ତି ପିଲାମାନଙ୍କୁ ବାଣ୍ଟିଛନ୍ତି।

durba

ରିପୋର୍ଟ ମୁତାବକ, କୁନି ଝିଅ ଦୁର୍ବା ଘରେ ରହି ଟିଭି ଦେଖୁଥିବା ବେଳେ ଏକ ଛୋଟ ଝିଅ ବିନା କପଡାରେ, ବିନା ଜୋତାରେ ବୁଲୁଥିବା ଦେଖିବାକୁ ପାଇଥିଲେ। ଏହି ଫଟୋ ଦେଖି ଦୁର୍ବାଙ୍କ ମନ ଆନ୍ଦୋଳିତ ହୋଇଥିଲା। ଏହାକୁ ଦେଖିବା ପରେ କିପରି ଅସହାୟ ପିଲାମାନଙ୍କୁ ସାହାଯ୍ୟ କରିପାରିବେ ସେ କଥା ଭାବିଥିଲେ। ଦୁର୍ବାଙ୍କ ବାପା ଏକ ପ୍ରାଇଭେଟ ଫାର୍ମରେ କାମ କରନ୍ତି। ଆଉ ମା’ ଜଣେ ଆକାଉଣ୍ଟାଣ୍ଟ। ମାତା ପିତା ଦୁହିଁଙ୍କ ଦୁର୍ବାଙ୍କ ଏପରି କାର୍ଯ୍ୟ ବହୁତ ଭଲ ଲାଗିଥାଏ। କେବଳ ଦୁର୍ବା ନୁହନ୍ତି, ତାଙ୍କ ମାତାପିତା ମଧ୍ୟ ଏହି କାମରେ ତାଙ୍କୁ ସାହାଯ୍ୟ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.