କମେଡିଆନ ସୁନୀଲ ଗ୍ରୋଭରଙ୍କର ମୁମ୍ବାଇରେ ହେଲା ହାର୍ଟ ସର୍ଜରୀ; ଲମ୍ବା ଆୟୁଷ ପାଇଁ ପ୍ରାର୍ଥନା କରୁଛନ୍ତି ପ୍ରଶଂସକ
ଅଭିନେତା ତଥା କମେଡିଆନ ସୁନୀଲ ଗ୍ରୋଭରଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଖବର ରହିଛି କି, ସୁନୀଲ ଗ୍ରୋଭରଙ୍କର ମୁମ୍ବାଇରେ ହାର୍ଟ ସର୍ଜରୀ ହୋଇଛି। ଏହି ଅସ୍ତ୍ରୋପଚାରର ଖବର ଆସିବା ପରେ ଲୋକମାନେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଏହି ଖବରକୁ ସୋସିଆଲ ମିଡିଆରେ ସେଲିବ୍ରିଟି ଫଟୋଗ୍ରାଫର ଭାଇରାଲ ଭୟାନି ସେୟାର କରିଛନ୍ତି। ସେ ସୁନୀଲ ଗ୍ରୋଭରଙ୍କ ଫଟୋ ସହିତ କ୍ୟାପସନରେ ଲେଖିଛନ୍ତି, ‘ସହରର ଏସୀୟ ହସ୍ପିଟାଲରେ ଅଭିନେତା ସୁନୀଲ ଗ୍ରୋଭରଙ୍କର ହାର୍ଟ ସର୍ଜରୀ ହୋଇଛି। ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି। ଡାକ୍ତରଙ୍କ କହିବା ହେଉଛି, ସେ ସୁରକ୍ଷିତ ଅଛନ୍ତି ଏବଂ ତାଙ୍କ ଅବସ୍ଥାରେ ସୁଧାର ଆସୁଛି। ସୁନୀଲଙ୍କୁ ପ୍ରାର୍ଥନା ଏବଂ ପ୍ରେମ’।
ବର୍ତ୍ତମାନ ଖବର ସାମ୍ନାକୁ ଆସିବା ପରେ ପ୍ରଶଂସକମାନେ ଚିନ୍ତିତ ହୋଇ ପଡ଼ିଛନ୍ତି। ଲୋକମାନେ ତାଙ୍କର ଲମ୍ବା ଆୟୁଷ ଏବଂ ସୁସ୍ଥ ଜୀବନ କାମନା କରୁଛନ୍ତି। ସେପଟେ କିଛି ପ୍ରଶଂସକ ଭାଇରାଲ ଭୟାନୀଙ୍କୁ ତାଜା ଫଟୋ ସେୟାର କରିବାକୁ ଏବଂ ସ୍ୱାସ୍ଥ୍ୟ ଅପଡେଟ୍ ଦେବାକୁ ଅନୁରୋଧ କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ମୁତାବକ, କମେଡିଆନ ସୁନୀଲ ଗ୍ରୋଭରଙ୍କ ସହ କପିଲ ଶର୍ମାଙ୍କର ଏକ ବିମାନରେ ଝଗଡା ହୋଇଥିଲା। ଏହି ମାମଲା ସେହି ସମୟରେ ଖୁବ୍ ଚର୍ଚ୍ଚାରେ ରହିଥିଲା। ଫଳାଫଳ ଏହା ହୋଇଥିଲା ଯେ ଘଟଣା ପରଠାରୁ ଆଜି ପର୍ଯ୍ୟନ୍ତ ସୁନୀଲ ଓ କପିଲ ଏକାଠି ଗୋଟିଏ ଶୋ’ରେ ଜମାରୁ ନଜର ଆସି ନାହାନ୍ତି।
ଗ୍ରୋଭର ନିଜ କ୍ୟାରିୟର ଆରମ୍ଭ ଦିବଂଗତ ଜସପାଲ ଭଟ୍ଟୀଙ୍କ ସହିତ କରିଥିଲେ। ଗ୍ରୋଭରଙ୍କ ଟିଭି କ୍ୟାରିୟର ଶୋ’ ‘ଚଲା ଲଲ୍ଲା ହିରୋ ବନନେ’ରୁ ଆରମ୍ଭ ହୋଇଥିଲା। ଏହା ବ୍ୟତୀତ ସେ SAB ଟିଭିର ପ୍ରଥମ ସାଇଲେଣ୍ଟ ଶୋ’ ‘ଗୁଣ୍ଟୁର ଗୁଁ’ରେ ମଧ୍ୟ ଲୋକଙ୍କୁ ହସାଉ ଥିବାର ନଜର ଆସିଥିଲେ। କିନ୍ତୁ ଗ୍ରୋଭରଙ୍କୁ ଦେଶବ୍ୟାପୀ ଲୋକପ୍ରିୟତା କଲର୍ସର କମେଡି ଶୋ’ ‘Comedy Nights with Kapil’ର ଗୁତ୍ଥୀ ଏବଂ ‘ଦ କପିଲ ଶର୍ମା ଶୋ’ର ଡାକ୍ତର ଗୁଲାଟିର ଚରିତ୍ରରୁ ମିଳିଥିଲା। ଏହାଛଡ଼ା ସେ ‘ହିରୋପନ୍ତି’, ‘ବାଗୀ’, ‘ଜିଲା ଗାଜିଆବାଦ’ ଏବଂ ‘ଗଜନୀ’ ଭଳି ଚଳଚ୍ଚିତ୍ରରେ ଅଭିନୟ କରି ସାରିଛନ୍ତି। ସେ ୱେବସିରିଜ୍ ‘ସନଫ୍ଲାଓ୍ଵାର’ ଏବଂ ‘ତାଣ୍ଡବ’ରେ ମଧ୍ୟ ନଜର ଆସିଥିଲେ।
View this post on Instagram